ମଦ୍ୟପ ପୁଲିସ ସ୍ୱାମୀକୁ ହତ୍ୟା କରିଥିବା କଥା ମନ୍ତ୍ରୀଙ୍କୁ ପତ୍ର ଲେଖି ସ୍ୱୀକାର କଲେ ପତ୍ନୀ

Published By : Prameya-News7 Bureau | December 25, 2019 IST

ଅମ୍ବାଲା ୨୫।୧୨ - ନିଜର ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିଥିବା କଥା ହରିୟାନାର ଜଣେ ମହିଳା ରାଜ୍ୟର ଗୃହମନ୍ତ୍ରୀ ଅନିଲ୍‌ ଭିଜ୍‌ଙ୍କୁ ପତ୍ର ଲେଖି ସ୍ୱୀକାର କରିଛନ୍ତି । ଏହି ଅପରାଧ ପାଇଁ ତାଙ୍କୁ ଫାଶୀ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେକ କରିଛନ୍ତି ।

୨୦୧୭ ମସିହାରେ ସେ ଏପରି କରିଥିବା କଥା ପତ୍ରରରେ ଉଲ୍ଲେଖ କରିଛନ୍ତି । ମହିଳାଙ୍କର ସ୍ୱାମୀ ପୁଲିସ ବିଭାଗରେ ଚାକିରି କରୁଥିଲେ । ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ । ଥରେ ସେ ଅତ୍ୟଧିକ ମଦ୍ୟପାନ କରି ବାନ୍ତି କରିବା ପାଇଁ ଚାହୁଁଥିବା ବେଳେ ତାଙ୍କ ପାଟିରେ କନା ବିଣ୍ଡା ମାଡି ଦେଇଥିଲେ । ଫଳେରେ ସେ ବାନ୍ତି କରି ନପାରି ମୃତ୍ୟୁ ମୁଖରେ ପଡିଥିଲେ ।

ମାତ୍ର ଏହି କଥା ବାହରକୁ ଜଣା ପଡି ନଥିଲା । ପାଖ ପଡୋଶୀ ତାଙ୍କର ମଦ ପିଇ ମୃତ୍ୟୁ ହୋଇଥିବା କଥା ଭାବିଥିଲେ ।

ଏହି ଘଟଣାର ଦୁଇ ବର୍ଷପରେ ମହିଳାଜଣକ ଲିଖିତ ଭାବେ ଏହି କଥା ସ୍ୱୀକାରକରିଛନ୍ତି । ଏହାପରେ ପୁଲିସ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.