ପାରିବାରିକ ହିଂସା : ସ୍ୱାମୀର ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ, ୩ ବର୍ଷର ଝିଅକୁ ନେଇ ସ୍ୱାମୀ ଫେରାର

Published By : Prameya-News7 Bureau | June 03, 2019 IST

ଦେବଗଡ ୩/୬ : ଦେବଗଡରେ ପୁଣି ପାରିବାରିକ ହିଂସା ଦେଖିବାକୁ ମିଳିଛି । ସ୍ବାମୀର ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଦେବଗଡ ଜିଲ୍ଲା କାଦୋପଡା ଗାଁରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଲକ୍ଷ୍ମୀ କୁମ୍ଭାର । ହତ୍ୟା ପରେ ୩ ବର୍ଷର ଶିଶୁକନ୍ୟାକୁ ନେଇ ସ୍ବାମୀ ଫେରାର ହୋଇଯାଇଛି । ଅଭିଯୁକ୍ତ ସ୍ବାମୀ ହେଲେ ମନୋଜ କୁମ୍ଭାର ।

{"id":118975}


ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କୈାଣସି କଥାକୁ ନେଇ ବଚସା ହୋଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ସ୍ବାମୀ ମନୋଜ ଟାଙ୍ଗିଆରେ ସ୍ତ୍ରୀ ଲକ୍ଷ୍ମୀକୁ ଆକ୍ରମଣ କରିଥିଲେ । ପରେ ୩ ବର୍ଷର ଝିଅକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମନୋଜ । ଖବର ଜାଣିବା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମନୋଜଙ୍କ ଘର ରାଉରକେଲା ଆମ୍ବାଗାନ୍ ଥାନା ହମିଦପୁର ଅଞ୍ଚଳରେ ବୋଲି ଜଣାପଡିଛି । ଗତ ୪ ବର୍ଷ ହେଲା ସେ ବାରକୋଟ ଥାନା ଅନ୍ତର୍ଗତ କାଦୋପଡା ଗାଁରେ ଲକ୍ଷ୍ମୀକୁ ବିବାହ କରି ଏହିଠାରେ ହିଁ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.