Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ସ୍ତ୍ରୀଙ୍କୁ ଅପହରଣ କରି ସାଙ୍ଗ ଦ୍ବାରା ଦୁଷ୍କର୍ମ କରାଇଲା ସ୍ବାମୀ, ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରିବାର ଧମକ

21/11/2019 at 2:07 PM

ପଲବଲ ୨୧/୧୧: ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀ ନିଜ ପତ୍ନୀଙ୍କୁ ଅପହରଣ କରି ନିଜ ସାଙ୍ଗ ଦ୍ବାରା ଦୁଷ୍କର୍ମ କରାଇ ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇଛି। ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଇଛି। ପୀଡ଼ିତା ମହିଳାଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ଏବଂ ତା’ର ସାଙ୍ଗ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ପୀଡ଼ିତା ମହିଳା (୩୫) ସ୍ବାମୀ ପ୍ରେମଚନ୍ଦଠୁ ଅଲଗା ରହୁଥିଲେ ଏବଂ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ଗତ ସୋମବାର ସନ୍ଧ୍ୟା ପାଖାପାଖି ୫ଟାବେଳେ ପ୍ରେମଚନ୍ଦର ସାଙ୍ଗ ରିଙ୍କୁ ଫୋନ୍ କରି ମହିଳାଙ୍କୁ କହିଥିଲା ଯେ ପ୍ରେମଚନ୍ଦ ସମାଧାନ କରିବାକୁ ଚାହୁଁଛି ,ସେଥିପାଇଁ କଥାବାର୍ତ୍ତା କରିବାକୁ କାଳୀ ମନ୍ଦିର ନିକଟରେ ଡାକିଛି।

କିନ୍ତୁ କାଳୀ ମନ୍ଦିର ପାଖରେ ମହିଳା ପହଞ୍ଚିବା କ୍ଷଣି ପ୍ରେମଚନ୍ଦ ଏବଂ ରିଙ୍କୁ ତାଙ୍କୁ କାରରେ ଅପହରଣ କରି ନେଇଯାଇଥିଲେ। ସେମାନେ ମହିଳାଙ୍କୁ ସୋହନା ସ୍ଥିତ ଶୁନଶାନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ପ୍ରେମଚନ୍ଦ ଆଦେଶରେ ରିଙ୍କୁ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ପ୍ରେମଚନ୍ଦ ଏହାର ଭିଡିଓ କରୁଥିଲା। ଏହା ପରେ ରିଙ୍କୁ ଚାଲି ଯାଇଥିଲା। ପ୍ରେମଚନ୍ଦ ପତ୍ନୀକୁ କାରରେ ଆଗକୁ ନେଇଯାଇ ତାଙ୍କଠୁ ଟଙ୍କା ମାଗିଥିଲା ଏବଂ ତାଙ୍କୁ ନିର୍ଯ୍ୟାତନା ଦେଇଥିଲା।

 ମହିଳା କିଛି କହିଲେ ପ୍ରେମଚନ୍ଦ ତାଙ୍କ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା। ଏହା ପରେ ସେ ତାଙ୍କୁ ଘର ବାହାରେ ଗଳିରେ ଛାଡ଼ି ଚାଲି ଯାଇଥିଲା। ପରିବାର ଲୋକେ ସବୁ କଥା ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଖୋଜୁଛି।

   Related Posts