ସ୍ବାମୀଙ୍କୁ ବେଡ୍‌ରୁମ୍‌ରେ ବନ୍ଦ କରି ୭ ମହଲାରୁ ତଳକୁ ଡେଇଁଲେ ୨୫ ବର୍ଷୀୟା ନର୍ସ, ୩୯ ଦିନ ପୂର୍ବରୁ ହୋଇଥିଲା ବିବାହ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧: ଡାକ୍ତର ସ୍ବାମୀଙ୍କୁ ନର୍ସ ପତ୍ନୀ। ବିବାହାକୁ ବିତିଥିଲା କେବଳ ୩୯ ଦିନ। ବିବାହର ମାସେ ୯ ଦିନ ପରେ ସବୁ କିଛି ବଦଳିଗଲା। ସ୍ବାମୀଙ୍କୁ ବେଡ୍‌ରୁମ୍‌ରେ ବନ୍ଦ କରି ୭ ମହଲା ଉପରୁ ତଳକୁ ଡେଇଁ ପଡ଼ିଲେ ୨୫ ବର୍ଷୀୟା ପତ୍ନୀ। ଏମିତି ଏକ ଅଭାବନୀୟ ଘଟଣା ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି।

ଛତିଶଗଡ଼ ଦୁର୍ଗ ଜିଲ୍ଲାର ଆନନ୍ଦ ବିହାର କଲୋନିରେ ରବିବାର ରାତି ୧୦.୩୦ ମହିଳା ନର୍ସ ପ୍ରୀତି ଦେବାଙ୍ଗନାଙ୍କ ମୃତଦେହ ବିଲ୍ଡିଂ ତଳୁ ଉଦ୍ଧାର ହୋଇଥିଲା। ସ୍ବାମୀଙ୍କୁ ବେଡ୍‌ରୁମ୍‌ରେ ବନ୍ଦ କରୀ ପ୍ରୀତି ସପ୍ତମ ମହଲାରୁ ତଳକୁ ଡେଉଁ ଜୀବନ ହାରିଥିଲେ। ଦୁଇ ଜଣ ୩୯ ଦିନ ପୂର୍ବରୁ କୋର୍ଟରେ ବିବାହ କରିଥିଲେ। ଦୁଇ ବର୍ଷ ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ଦୁଇ ବର୍ଷର ପ୍ରେମ ପରେ ବିବାହ ଆଉ ତାପରେ ଆତ୍ମହତ୍ୟା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଦୁଃଖ ଖେଳିଯାଇଛି। ତେବେ ଏବେ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୋଲିସ ମାମଲାର ଯାଞ୍ଚ କରୁଛି। ମୃତ ପ୍ରୀତିଙ୍କ ସ୍ବାମୀ ମହେନ୍ଦ୍ର ପୋଲିସକୁ କହିଛନ୍ତି ଯେ, ଘଟଣା ଦିନ ସେମାନେ ୯.୩୦ରେ ରାତ୍ରି ଭୋଜନ କରିଥିଲେ। ପ୍ରୀତି ସେହିଦିନ ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ୁଥିଲେ। ଖାଇବା ପ​‌ରେ ବିଛଣା ସଜାଡ଼ିବାକୁ ମହେନ୍ଦ୍ର ବେଡରୁମ୍‌ ଯାଇଥିଲେ। ଏହି ସମୟରେ ପ୍ରୀତି ବେଡ୍‌ରୁମ୍‌ କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ। ଏହା ପରେ ପ୍ରୀତିକୁ ଡାକିଥିଲେ ବି ସେ ଶୁଣିନଥିଲେ ବୋଲି ମହେନ୍ଦ୍ର କହିଛନ୍ତି।

ପରେ ମେହନ୍ଦ୍ର ପଡ଼ୋଶୀଙ୍କୁ ଡାକି କବାଟ ଖୋଲିଥିଲେ। ଛାତକୁ ଯାଇ ପ୍ରୀତିକୁ ଖୋଜିଥିଲେ ବି ପାଇନଥିଲେ। ପରେ ବାଇକ୍‌ ନେଇ ଗେଟରେ ଥିବା ସିକ୍ୟୁରିଟି ଗାର୍ଡକୁ ପଚାରିଥିଲେ ବି କିଛି ଖବର ପାଇନଥିଲେ। ଏହି ସମୟରେ କଲୋନିର ଜଣେ ମହିଳା ବିଲ୍ଡିଂ ତଳେ ଗୋଟିଏ ମୃତଦେହ ପଡ଼ିଥିବା କହିଥିଲେ। ଟର୍ଚ୍ଚ ନେଇ ଦେଖିଲା ପରେ ଜଣାପଡ଼ିଲା ପ୍ରୀତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି। ତାପରେ ତାଙ୍କୁ ହସ୍ପିଟାଲ ନେଇଥିଲେ ମହେନ୍ଦ୍ର। ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ।

ପୋଲିସକୁ ମହେନ୍ଦ୍ର କହିଛନ୍ତି ଯେ ପ୍ରୀତିଙ୍କୁ କିଛି ଦିନ ହେଲା କେହି ବ୍ଲାକ୍‌ମେଲ କରୁଥିଲା। କିନ୍ତୁ ତାଙ୍କ ଫୋନ୍‌ ଡ୍ୟାମେଜ୍‌ ହୋଇଥିବାରୁ ମେସେଜ୍‌ ଦେଖିପାରିନଥିଲେ ବୋଲି କହିଛନ୍ତି  ମହେନ୍ଦ୍ର। ପ୍ରାଥମିକ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଛି ଯେ ପ୍ରୀତି,ମହେନ୍ଦ୍ରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ୬ ବର୍ଷର ଗୋଟିଏ ଝିଅ ମଧ୍ୟ ଅଛି। କିନ୍ତୁ ପ୍ରୀତିଙ୍କ ମା’ ଝିଅକୁ ନେଇ ବିହାର ଚାଲିଯାଇଥିଲେ। ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ବେଳେ ପ୍ରୀତିଙ୍କ ପ୍ରତି ଆକର୍ଷିତ ହୋଇଥିବା ନେଇ ପୋଲିସକୁ ମହେନ୍ଦ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.