ମହାନଦୀକୁ ଡେଇଁଲେ ପତ୍ନୀ, ବଞ୍ଚାଇବାକୁ ଯାଇ ସ୍ଵାମୀ ବି ଡେଇଁ ପଡିଲେ

Published By : Prameya-News7 Bureau | June 04, 2021 IST

କଟକ ୦୪।୦୬: କଟକ ଯୋବ୍ରା ଆନିକଟରେ ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଆନିକଟ ସ୍ଥିତ ମହାନଦୀକୁ ଡେଇଁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ଵାମୀ ମଧ୍ୟ ନଦୀକୁ ଡେଇଁ ପଡିଛନ୍ତି। ଯୋବ୍ରାରେ ସର୍ବଦା ଆଲର୍ଟ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀତ ବାସିନ୍ଦା ତୁରନ୍ତ ନଦୀରେ ପଶି ପତ୍ନୀ ଏବଂ ସ୍ଵାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପାରିବାରିକ କଳହରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଚିକିତ୍ସା ପାଇଁ ଏସ ସି ବି ରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.