ସ୍ୱାମୀ ଆଗରେ ଜୀଅନ୍ତା ଜଳିଗଲା ନବ ବିବାହିତା ସ୍ତ୍ରୀ, ଚେଷ୍ଟା କରି ମଧ୍ୟ ଜୀବନ ବଞ୍ଚାଇ ପାରିଲାନି ପତି

Published By : Prameya-News7 Bureau | January 02, 2021 IST

ଆଗ୍ରା, ୦୨/୦୧: ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ୱେର ଫତେହବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ସ୍ୱାମୀ ଆଗରେ ନବ ବିବାହିତା କନ୍ୟା ଜୀଅନ୍ତା ଜଳିଯାଇଛି ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ମୋହନଲାଲଗଞ୍ଜରେ ରହୁଥିବା ବିକାଶ ଓ ତାଙ୍କ ନବ ବିବାହିତା ପତ୍ନୀ ସୀମା କେଉଁ କାମରେ କାର୍‌ରେ ମଥୁରାରୁ ଫେରୁଥିଲେ ।  କୌଣସି କାରଣରୁ କାରଟି ଅଧାବାଟରେ ଅଟକି ଯାଇଥିଲା ।  ଏହାପରେ ବିକାଶ କାରରୁ ଓହ୍ଲାଇ ବନେଟ୍ ଚେକ୍ କରୁଥିଲେ । କାରଣରୁ ବନେଟରୁ ଧୂଆଁ ବାହାରୁଥିଲା । ଏହି ଧୂଆଁ କାର୍ ଭିତରକୁ ବ୍ୟାପିଯାଇଥିଲା ଓ କାରଟି ଜଳି ଯାଇଥିଲା । ସେଣ୍ଟ୍ରାଲ୍ ଲକ୍ ଥିବାରୁ ସୀମା ବାହାରି ପାରିନଥିଲେ ।

ବିକାଶ ସୀମାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଆଖପାଖରେ କାର୍‌ର କାଚ ଭାଙ୍ଗିବା ପାଇଁ ମଧ୍ୟ କୌଣସି ପଥର ନଥିଲା । ଘଟଣା ବାବଦରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚିଥିଲେ ବି ବିଳମ୍ବ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.