ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଥାନାରେ ଅଟକ

Published By : Prameya-News7 Bureau | October 18, 2021 IST

ଜଗତସିଂହପୁର ୧୮।୧୦: ଜଗତସିଂହପୁର ଜିଲ୍ଲା ଧନୁଅରବେଲାରୀ ଗାଁରେ ଅଘଟଣ । ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ସ୍ତ୍ରୀ ସାବିତ୍ରୀ ବେହେରାଙ୍କୁ ପ୍ରଥମେ ବାଲିକୁଦା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ସାବିତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି ।

{"id":529198,"width":754,"height":415,"sizeSlug":"full","linkDestination":"none"}

ତେବେ ପାରିବାରିକ  କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ଅଭିଯୁକ୍ତ ସ୍ବାମୀ ପ୍ରମୋଦ ବେହେରା ବାଲିକୁଦା ଥାନାରେ ଅଟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.