ସ୍ବାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | January 17, 2019 IST

ବାଲେଶ୍ବର ୧୭|୧: ସ୍ବାମୀର ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୁଣ୍ଡକୁ ରାଗ ଏମିତି ଚଢି ଯାଇଥିଲା ଯେ, ପତ୍ନୀଙ୍କୁ ତଲାକ୍ ତଲାକ୍ ତଲାକ୍ କହିବା ସହ ଛୁରୀରେ ଆକ୍ରମଣ କରିଥିଲେ ସ୍ବାମୀ । ଏହାପରେ କିରୋସିନ ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ । ବାଲେଶ୍ଵର ସଦର ଥାନା ରେମୁଣା ଜଙ୍ଖରାଇ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଜୈନୁଲ୍ ଖାଁ ସହ ରସିଦା ବିବିଙ୍କୁ ୭ବର୍ଷ ତଳେ ବିବାହ କରିଥିଲେ । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଘରୋଇ କଥାକୁ ନେଇ କଳି ହେଉଥିଲା । ଗତକାଲି ଏମିତି କଳି ପରେ ସ୍ବାମୀ ଜୈନୁଲ୍ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପତ୍ନୀଙ୍କୁ ଏକ ମାଂସ କଟା ଛୁରୀରେ ପିଠି ଓ ଅଣ୍ଟାକୁ ହାଣି ନିଜ ୨ଛୁଆକୁ ନେଇ ଫେରାର ହୋଇ ଯାଇଛି । ଗୁରୁତର ରସିଦାଙ୍କୁ ପରିବାର ଲୋକେ ଉଦ୍ଧାର କରି ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.