Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପୋଲିସରେ ସ୍ତ୍ରୀ କିନ୍ତୁ ସ୍ଵାମୀ ଚୋର ନମ୍ବର ଓ୍ଵାନ, ୫୦୦ ଦାମୀ ଗାଡି ଚୋରି ରାକେଟ୍‌ର ମାଷ୍ଟର ମାଇଣ୍ଡ

28/07/2020 at 6:30 PM

ନୂଆଦିଲ୍ଲୀ୨୮।୦୭: ସ୍ତ୍ରୀ ପୋଲିସରେ, ଏପଟେ ସ୍ଵାମୀ ଚୋର ନମ୍ଵର ଓ୍ଵାନ। ମଣିପୁର ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଲଙ୍କ କାର ଚୋର ସ୍ଵାମୀ ହବିବୁର ରେହମାନକୁ ଉତ୍ତର ଦିଲ୍ଲୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ପାଖରୁ ଦିଲ୍ଲୀରୁ ଚୋରି  କରିଥିବା ୧୦ ଲଗଜରୀ କାର ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମହମ୍ମଦ ହବିବୁରର ଗିରଫଦାରୀ ତାରି ଗ୍ୟାଙ୍ଗର ସଦସ୍ୟ ରାଜୀବକୁ ଚିହ୍ନଟ କରିବା ପରେ ହୋଇଛି।

ପୋଲିସ ଡିସିପି ମୋନିକା ଭରଦ୍ଵାଜ କହିଛନ୍ତି ଜୁଲାଇ ୨ରେ ଶକ୍ତିନଗର ଅଞ୍ଚଳରୁ ଏକ ଲଗଜରୀ କାର ଚୋରି ହୋଇଥିଲା। ସ୍ଥାନୀୟ ପୋଲିସ ସହିତ ମାମଲାରେ ତଦନ୍ତରେ ସ୍ପେଶାଲ ଷ୍ଟାଫର ଇନ୍ସପେକ୍ଟର ସୁନିଲ ଶର୍ମାଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ତଦନ୍ତ ବେଳେ ମିଳିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ୍‌ ଅଭିଯୁକ୍ତ ରାଜୀବକୁ ଚିହ୍ନଟ କରିଥିଲେ। ଜୁଲାଇ ୧୮ରେ ପୋଲିସ ଟିମ୍ ରାଜୀବକୁ ଚନ୍ଦଗିରାମ ଅଖାଡେ ନିକଟରୁ କାବୁ କରିଥିଲେ। ଜେରା ସମୟରେ ଅଭିଯୁକ୍ତ ନିଜ ଗ୍ୟାଙ୍ଗ ବିଷୟରେ ସବୁ ବଖାଣି ଥିଲା। ଏହା ପରେ ପୋଲିସ ମହମ୍ମଦ ହବିବୁର ରେହମାନ ଓ ସାଗର ରାୟକୁ ଗିରଫ କରିବାରେ ସଫଳ ହୋଇଥିଲା।

ପୋଲିସର ଜେରାରୁ ଜଣା ପଡିଛି ମହମ୍ମଦ ହବିବୁର ରେହମାନ ମଣିପୁରର ବାସିନ୍ଦା। ତା ପତ୍ନୀ ମଣିପୁର ପୋଲିସରେ କନଷ୍ଟେବଲ ପଦରେ କାର୍ଯ୍ୟରତ। ହବିବୁର ରେହମାନ ମଧ୍ୟ ମଣିପୁର ଭିଲେଜ ଡିଫେନ୍ସ ଫୋର୍ସ ପାଇଁ କାମ କରିଥାଏ। ମାତ୍ର ରାତାରାତି ଅଧିକ ଅର୍ଥ କମାଇବା ଚକ୍କରରେ ସେ ଗାଡି ଚୋରି କରିବା ଆରମ୍ଭ କରି ଦେଇଥିଲା। ଆଗ୍ରାର ରାଜୀବ ଓ କୋଲକାତାର ସାଗର ରାୟ ସହିତ ମିଶି ଦିଲ୍ଲୀ-ଏନସିଆରରେ ଲଗଜରୀ କାର ଚୋରି କରି ବିକ୍ରି କରୁଥିଲା। ଅଭିଯୁକ୍ତ କହିଛନ୍ତି ସେମାନେ ଅର୍ଡର ମିଳିଲେ ଯାଇ ହିଁ କାର ଚୋରି କରୁଥିଲେ।

ଅଭିଯୁକ୍ତମାନେ ଚୋରି କରିବା ପାଇଁ ବିମାନରେ ଦିଲ୍ଲୀ ଆସୁଥିଲେ। ପୁଣି ଚୋରି କରୁଥିବା କାରରେ ଫେରି ଯାଉଥିଲେ। ଏ ପର୍ଯ୍ୟନ୍ତ ପାଖାପାଖି ୫୦୦ ଗାଡି ଚୋରି କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବିକ୍ରି କରିଥିବା ଜେରା ବେଳେ ଅଭିଯୁକ୍ତମାନେ କହିଛନ୍ତି।

   Related Posts