Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଲକଡାଉନ୍ ଯୋଗୁଁ ମା’ ଘରେ ଫସିଗଲେ ସ୍ତ୍ରୀ : ମଉକାର ଫାଇଦା ଉଠାଇ ସମ୍ପର୍କୀୟ ଭଉଣୀକୁ ଦ୍ୱିତୀୟ ବିବାହ କଲେ ସ୍ୱାମୀ

17/05/2020 at 3:21 PM

ବରେଲୀ ୧୭/୦୫ : କରୋନା ଭାଇରସ ଯୋଗୁଁ ସାରା ଦେଶ ଲକଡାଉନ ରହିଛି | ହଠାତ ଲକଡାଉନ ଘୋଷଣା ହୋଇଯିବାରୁ ଯିଏ ଯେଉଁଠି ଥିଲେ ସେ ସେଠାରେ ଫସି ରହିଗଲେ | ଏହିଭଳି ପରିସ୍ଥିତି ବରେଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ହଠାତ ଲକଡାଉନ ଘୋଷଣା ହେବାରୁ ଜଣେ ବିବାହିତା ମହିଳା ନିଜ ମା ଘରେ ଫସି ରହିଗଲେ | ମହିଳା ନିଜ ମା ଘରକୁ ବୁଲିବାକୁ ଯାଇଥିଲେ | ହଠାତ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଘୋଷଣା କରିଦେଲେ | ଫଳରେ ଯିଏ ଯେଉଁଠି ଥିଲେ ସେ ସେଠାରେ ଫସି ରହିଗଲେ | ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ମହିଳାଙ୍କ ସ୍ୱାମୀ ଲକଡାଉନ ଭିତରେ ପୁଣିଥରେ ଆଉ ଜଣେ ମହିଳାଙ୍କୁ ବିବାହ କରିଦେଇଛନ୍ତି | ସେ ନିଜ ମାଉସୀ ଝିଅକୁ ବିଭା କରିଛନ୍ତି | ଘଟଣା ସମ୍ପର୍କରେ ଜାଣିବା ପରେ ମହିଳାଙ୍କ ହୋସ ଉଡ଼ିଗଲା | ବର୍ତ୍ତମାନ ମହିଳା ଜଣକ ସମାଜସେବୀଙ୍କ ସାହାଯ୍ୟ ଲୋଡିଛନ୍ତି |

ସମାଜସେବୀ ଫରହାତ ନକବି କହିଛନ୍ତି ଯେ, ପୀଡିତା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସେ ଏସଏସପିଙ୍କ ନିକଟରେ ଏହି ମାମଲାର ଅଭିଯୋଗ କରିବେ | କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବିଙ୍କ ଭଉଣୀ ତଥା ‘ମେରା ହକ ଫାଉଣ୍ଡେସନ’ର ଅଧ୍ୟକ୍ଷ ଫରହାତ ନକବି କହିଛନ୍ତି ଯେ, କୋହାଡାପିରା ଅଞ୍ଚଳର ନସିମଙ୍କ ବିବାହ ନଗରିଆ ତାଲାବ ଅଞ୍ଚଳର ନଇମ ମନସୁରୀଙ୍କ ସହିତ ୨୦୧୩ ମସିହାରେ ହୋଇଥିଲା | ନସିମଙ୍କ ୩ ଶିଶୁ ଅଛନ୍ତି | ମାର୍ଚ୍ଚ ୧୯ ତାରିଖରେ ନସିମଙ୍କୁ ତାଙ୍କ ସ୍ୱାମୀ ନଇମ ତାଙ୍କ ମା ଘରେ ଛାଡି ଆସିଥିଲେ | ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଏବଂ ୨୪ ତାରିଖରେ ଲକଡାଉନ ଘୋଷଣା ହୋଇଗଲା | ଲକଡାଉନ ଅବଧି ବଢି ବଢି ଚାଲିଲା | ଫଳରେ ନସିମ ଘରକୁ ଫେରି ନ ପାରି ନିଜ ମା ଘରେ ହିଁ ରହିଗଲେ | ତା ଭିତରେ ନଇମ ମନସୁରୀ ନିଜ ମାଉସୀ ଝିଅକୁ ବିବାହ କରିଦେଲେ | ତେବେ ନଇମଙ୍କ ୪ ବର୍ଷର ପୁଅ ବାପାର ଦ୍ୱିତୀୟ ବିବାହ କଥା ମାକୁ ଫୋନ କରି କହିଥିଲେ |

ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ନସିମ ଦୁଃଖରେ ଭାଙ୍ଗି ପଡ଼ିଥିଲେ | ମହିଳା ଯେକୌଣସି ଭାବେ ଶାଶୂଘରେ ପହଞ୍ଚିଥିଲେ | ଘରେ ପହଞ୍ଚି ନସିମ ଦେଖିଲେ ନଇମ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଏକାସଙ୍ଗେ ମିଶି ରହୁଛନ୍ତି | ସେ ନିଜର ଜଣେ ସମ୍ପର୍କୀୟ ଭଉଣୀକୁ ବିବାହ କରିଛନ୍ତି | ନସିମ ଏହାକୁ ବିରୋଧ କରିବାରୁ ନଇମ ଉଭୟ ସ୍ତ୍ରୀଙ୍କୁ ପାଖରେ ରଖିବାକୁ କହିଥିଲା | କିନ୍ତୁ ନସିମ ଏଥିପାଇଁ ରାଜି ହୋଇନଥିଲେ | ସେ ନିଜ ସ୍ୱାମୀ ନଇମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ | ନସିମ ଏଥିପାଇଁ ଫରହାତ ନକବିଙ୍କ ସାହାଯ୍ୟ ମାଗିଥିଲେ | ନ୍ୟାୟ ପାଇଁ ନସିମ ବର୍ତ୍ତମାନ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି |

   Related Posts