Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ବୟସରେ ୧୦ବର୍ଷ ବଡ଼ ଥିଲା ସ୍ବାମୀ : ୫ଲକ୍ଷ ଟଙ୍କାର ସୁପାରୀ ଦେଇ ହତ୍ୟା କରିଦେଲା ସ୍ତ୍ରୀ

9/11/2020 at 1:46 PM

ବରେଲି ୯/୧୧: ଅନୈତିକ ସମ୍ପର୍କରେ କଣ୍ଟା ସାଜୁଥିବା ଇଣ୍ଟର କଲେଜର ଅଧ୍ୟାପକଙ୍କୁ ତାଙ୍କ ପତ୍ନୀ ନିଜ ପ୍ରେମିକ ସହ ମିଶି ୫ଲକ୍ଷ ଟଙ୍କାର ସୁପାରୀ ଦେଇ ହତ୍ୟା କରି ଦେଇଛି। ପୋଲିସ୍ ଏହି ମାମଲାରେ ଅଧ୍ୟାପକଙ୍କ ପତ୍ନୀ ସମେତ ୩ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିବାବେଳେ ଏବେ ବି କେତେ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ନିଜ ସୌନ୍ଦର୍ଯ୍ୟରେ ଗର୍ବ ଅନୁଭବ କରୁଥିବା ଅଭିଯୁକ୍ତ ପତ୍ନୀ ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ନିର୍ମମଭାବେ ହତ୍ୟା କରିଛି। ଇଜ୍ଜତ ନଗର ଥାନା ଅଞ୍ଚଳର କର୍ମଚାରୀ ନଗର ବାସିନ୍ଦା ଅବଧେଶ ଇଣ୍ଟର କଲେଜରେ ଅଧ୍ୟାପକ ଥିଲେ।

କୁହାଯାଏ ଯେ ଅବଧେଶଙ୍କ ପତ୍ନୀ ବିନୀତା ନିଜ ସ୍ବାମୀଙ୍କଠୁ ୧୦ବର୍ଷ ସାନ ଥିଲା। ଏହି କାରଣରୁ ସେ ତା ସ୍ବାମୀକୁ ପସନ୍ଦ କରୁନଥିଲା।

ବିନୀତା ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ସବୁଦିନ ପାଇଁ ଶେଷ କରିବାକୁ ଯୋଜନା କରିଥିଲା ଏବଂ ୫ଲକ୍ଷ ଟଙ୍କାର ସୁପାରୀ ଦେଇ ସ୍ବାମୀଙ୍କୁ ହତ୍ୟା କରିଥିଲା। ଏହା ପରେ ବିନୀତା ନିଜ ଭଉଣୀ ,ଭାଇ,ବାପା,ପ୍ରେମିକ ଏବଂ ୨ ଅନ୍ୟ ଲୋକ ସହ ମିଶି ଶବକୁ ଅଧ ରାତିରେ କାରରେ ରଖି ଫିରୋଜାବାଦ ନେଇ ଯାଇ ପୋତି ଦେଇଥିଲେ।

ଇଣ୍ଟର କଲେଜର ଅଧ୍ୟାପକ ଅବଧେଶଙ୍କ ବାପା ମାଆଙ୍କ ଅଭିଯୋଗରେ ଇଜ୍ଜତ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା ଏବଂ ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ପୋଲିସ୍ ମାମଲାର ପର୍ଦ୍ଦାଫାଶ କରିଥିଲା ଏବଂ ଶେଷରେ ପୋଲିସ୍ ଅଭିଯୁକ୍ତ ପତ୍ନୀ ବିନୀତାକୁ ଗିରଫ କରିଥିଲା। ପୋଲିସ୍ ଏବେ ସୁଦ୍ଧା ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

   Related Posts