ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ : ନାଇଜେରିଆ ନାଗରିକଙ୍କୁ ଦିଲ୍ଲୀରେ ଛୁରୀ ଭୁଷି ହତ୍ୟା କଲା ସ୍ତ୍ରୀ

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭।୧୦: ଦିଲ୍ଲୀ ନିହାଲବିହାର ଅଞ୍ଚଳରେ ଜଣେ ନାଇଜେରିଆ ନାଗରିକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ହତ୍ୟା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି । ସେ ମଧ୍ୟ ନାଇଜେରିଆର ନାଗରିକ ।

ପୋଲିସର ସୂଚନା ଅନୁସାରେ ଦୀନ୍ ଦୟାଲ ହସ୍ପିଟାଲରୁ ସୂଚନା ମିଳିଲା ଯେ, ଇମେନୁଅଲ ନାମକ ଜଣେ ବ୍ୟକ୍ତି ଯିଏ କି ଦିଲ୍ଲୀ ଦ୍ବାରକା ମୋଡରେ ରହୁଥିଲେ ତାଙ୍କ ମୃତଦେହ ହସ୍ପିଟାଲକୁ ଅଣାଯାଇଛି । ଛୁରୀ ଭୁଷି ତାଙ୍କୁ ହତ୍ୟା କରାଯାଇଛି । ପୋଲିସ ହସ୍ପିଟାଲରେ ପହଞ୍ଚିବା ବେଳକୁ ଇମେନୁଅଲଙ୍କ ସ୍ତ୍ରୀ ଏବିଗେଲ ହସ୍ପିଟାଲରେ ନଥିଲେ ।

ତଦନ୍ତରୁ ଜଣାପଡିଲା ଯେ, ଇମେନୁଅଲଙ୍କର ଏବିଗେଲଙ୍କ ସହ ୨୦୧୯ରେ ବିବାହ ହୋଇଥିଲା । ବିବାହର ମାତ୍ର ଏକ ମାସ ପରେ ଉଭୟ ଅଲଗା ରହୁଥିଲେ । ଗତ ଦୁଇ ମାସ ହେବ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ପୋଲିସର ସନ୍ଦେହ ହେବାରୁ ଇମେନୁଅଲଙ୍କ ସ୍ତ୍ରୀଙ୍କୁ ପଚରା ଉଚରା କରାଯାଇଥିଲା । ଏବିଗେଲ କହିଥିଲେ ଯେ, ଗତ ୨୫ ତାରିଖ ଦିନ ସେ ଇମେନୁଅଲଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ସେ ଇମେନୁଅଲଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତାପରେ ଏବିଗେଲ ନିଜ ଘରକୁ ଫେରିଆସିଥିଲେ । ୨୬ ତାରିଖରେ ଇମେନୁଅଲ ସ୍ତ୍ରୀ ଏବିଗେଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା । ଉତକ୍ଷିପ୍ତ ହୋଇ ଏବିଗେଲ ସ୍ବାମୀ ଇମେନୁଅଲଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.