ରାଜଧାନୀରେ ଚାଞ୍ଚଲ୍ୟ : ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତ ଅଟକ

Published By : Prameya-News7 Bureau | September 21, 2021 IST

ଭୁବନେଶ୍ବର ୨୧।୯: ରାଜଧାନୀରେ ଚାଞ୍ଚଲ୍ୟ । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଲେ ସାମ ମୁଣ୍ଡରି । ସେ ବିଏମସିର ସଫେଇ କାମ କରନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ହତ୍ୟାକାଣ୍ଡ । ସୋମବାର ବିଳମ୍ବିତ ରାତିରେ ସାମ ମୁଣ୍ଡରିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସ୍ଥାନୀୟ ଲୋକେ ସନ୍ଦେହ କରିବାରୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାମଙ୍କ ସ୍ତ୍ରୀକୁ ଅଟକ ରଖିଛି । ଘଟଣାସ୍ଥଳରେ ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଜଣାପଡିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.