Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୫ ଜଣଙ୍କୁ କରିଥିଲେ ପ୍ରେମ ବିବାହ, ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ପ୍ରଥମ ପତ୍ନୀ

26/06/2020 at 8:27 AM

ବାଗପତ ୨୬।୬: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ପୋଲିସ ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି । ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁପାରୀ ଦେଇ ହତ୍ୟା କରାଇଥିଲେ । କାରଣ ସେ ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ବାମୀ ତାଙ୍କର ସମସ୍ତ ସମ୍ପତ୍ତି ଆଉ ଜଣେ ସ୍ତ୍ରୀଙ୍କୁ ଦେଇଦେବେ । ଅଭିଯୁକ୍ତ ମହିଳା ତାଙ୍କ ସ୍ବାମୀଙ୍କ ସାଙ୍ଗଙ୍କ ସହ ମିଶି ଏହି ହତ୍ୟାର ଷଡଯନ୍ତ୍ର ରଚିଥିଲେ । ପୋଲିସ ଅଭିଯୁକ୍ତ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, କୋତଓ୍ବାଲି ବଡୌତ ଅଞ୍ଚଳର ବଡୌଲି ଗାଁରେ ଘଟିଛି ଏଭଳି ହତ୍ୟା ଘଟଣା । ଜୁନ୍ ୧୯ ତାରିଖରେ ନିଟୁ ଓରଫ ବିକାଶ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାସ୍ଥଳରେ ଏସପି ଏବଂ ଏଏସପି ନିଜେ ପହଞ୍ଚି କୋତଓ୍ବାଲୀ ପୋଲିସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବଡୌତ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ମାମଲାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ମୃତ ନୀଟୁଙ୍କ ପତ୍ନୀ ରଜନୀଙ୍କ ସହ ବିବାଦ ଲାଗି ରହିଥିଲା । ଯେଉଁ ଆଧାରରେ ପୋଲିସ ରଜନୀଙ୍କୁ ପଚରାଉଚରା କରିଥିଲା । ହତ୍ୟା ଘଟଣାରୁ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ନୀଟୁଙ୍କୁ ତାଙ୍କ ପତ୍ନୀ ରଜନୀ ହତ୍ୟା କରିଛନ୍ତି । ନୀଟୁ ଅନ୍ୟ ଦୁଇ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ । ରଜନୀ ସନ୍ଦେହ କରିଥିଲେ ଯେ ନୀଟୁ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ତାଙ୍କ ସମ୍ପତ୍ତି ଦେବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଦିଲ୍ଲୀରେ ନୀଟୁଙ୍କ ବନ୍ଧୁ ରୋହିତଙ୍କ ସହ ସହଯୋଗ କରିବାକୁ ଯୋଜନା କରିଥିଲେ ।

ପୋଲିସର ସୂଚନା ଅନୁସାରେ, ମୃତ ନୀଟୁ ଓରଫ ବିକାଶ ୫ ଜଣଙ୍କୁ ପ୍ରେମ ବିବାହ କରିଥିଲେ । ମୃତକ ତାଙ୍କର ପ୍ରଥମ ପତ୍ନୀଙ୍କୁ ଅନ୍ୟ ପତ୍ନୀଙ୍କ ଆଗରେ ଚାକରାଣୀ କରି ରଖିଥିଲା । ଏଥିରେ ବିରକ୍ତି ହୋଇ ମୃତକଙ୍କ ପ୍ରଥମ ପତ୍ନୀ ହତ୍ୟା ଷଡଯନ୍ତ୍ର କରିଥିଲେ ।

ଏହି ଘଟଣା ଘଟାଇବା ପାଇଁ ରୋହିତ ଦୁଇଜଣ ସୁଟରଙ୍କୁ ହାୟର କରିଥିଲେ । ନୀଟୁଙ୍କୁ ହତ୍ୟା କରିବା ପାଇଁ ସେ ୬ଲକ୍ଷର ସୁପାରୀ ଦେଇଥିଲେ । ୧୯ ତାରିଖ ସନ୍ଧ୍ୟାରେ ଯେତେବେଳେ ନୀଟୁ ତାଙ୍କ ଘରେ ଥିଲେ, ହତ୍ୟାକାରୀମାନେ ତାଙ୍କୁ ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତ ପତ୍ନୀଙ୍କ ସମେତ ୩ ଜଣ ସୁଟରଙ୍କୁ ଗିରଫ କରି ଘଟଣାର ପର୍ଦ୍ଦାଫାଶ କରିଛି ।

   Related Posts