‘ସ୍ତ୍ରୀଙ୍କ ପାଖରେ ନାହିଁ ମହିଳାଙ୍କ ଲକ୍ଷଣ’, ବିବାହର ଦେଢ଼ ବର୍ଷ ପରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

Published By : Prameya-News7 Bureau | April 02, 2021 IST

ଭୋପାଳ ୨/୪: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା କିଛି ନୂଆ କଥା ନୁହେଁ। ଝଗଡ଼ା ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହେବା ସାମାନ୍ୟ କଥା। କିନ୍ତୁ ଏମିତି ମାମଲା ମଧ୍ୟ ଅଛି ଯାହା ଥାନା ପର୍ଯ୍ୟନ୍ତ ପହଞ୍ଚୁଛି। ଥାନାରେ ମାମଲା ଗଡ଼ୁଛି କିମ୍ବା ସ୍ବାମୀ- ସ୍ତ୍ରୀ ଛାଡ଼ପତ୍ର ନେବାକୁ ମନସ୍ଥ କରୁଛନ୍ତି। ପରେ ଅଲଗା ହୋଇ ରହୁଛନ୍ତି। ଥାନରେ ସ୍ବାମୀ-ସ୍ତ୍ରୀଙ୍କ କଳିକୁ ନେଇ ମାମଲା ଅନେକ ଆସେ। 

ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସ୍ତ୍ରୀଙ୍କ ଠାରେ ମହିଳାଙ୍କ ଲକ୍ଷଣ ନଥିବା ଯୋଗୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ। ମହିଳାଙ୍କ ପରି ଆଚରଣ କରୁନାହାନ୍ତି ସ୍ତ୍ରୀ। ଶ୍ବଶୁର ଘର ଲୋକେ ନକଲି ଝିଅ ଦେଇ ଠକିଦେଇଛନ୍ତି। ଏମିତି କିଛି ଅଭିଯୋଗ ସହ ଥାନାରେ ପହଞ୍ଚିଛନ୍ତି ଅସହାୟ ସ୍ବାମୀ। ଏନେଇ ସେ ବହୁ ବାର ଶ୍ବଶୁର ଘରେ ଅଭିଯୋଗ କରିଛନ୍ତି। କିନ୍ତୁ ସେମାନେ ତାଙ୍କୁ ଧମକ ଦେଇ ପଠାଇ ଦେଉଛନ୍ତି।

ଶ୍ବଶୁର ଘର ଲୋକ ଏବଂ ସ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ବାମୀ ପୋଲିସର ସାହାରା ନେଇଛନ୍ତି। ଅଭିଯୋଗ ନେଇ ସ୍ବାମୀ ଜଣଙ୍କ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମାମଲାଟି ମଧ୍ୟପ୍ରଦେଶର ହୋଇଥିବା ବେଳେ ଶିବପୁର ଏସପିଙ୍କ ପାଖରେ ଏନେଇ ଅଭିଯୋଗ ହୋଇଛି। ସେପଟେ ଏସପି ରାଜେଶ ସିଂହ ଚନ୍ଦେଲ ମାମଲରେ ଯାଞ୍ଚ ଆରମ୍ଭ ହୋଇଥିବା ନେଇ କହିଥିବା ବେଳେ ଏହାର ତଦନ୍ତଭାର ଏସଡିପିଓ ସୁଧୀର ସିଂହଙ୍କୁ ଦିଆଯାଇଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅଭିଯୋଗର ଏହା ପ୍ରଥମ ମାମଲା ନୁହେଁ । ଛୋଟ ଛୋଟ କଥାରେ ଛାଡ଼ପତ୍ର ନେଇ ମଧ୍ୟ ସ୍ବାମୀ-ସ୍ତ୍ରୀ ଜିଦ ଧରୁଥିବା ଦେଖିବାକୁ ମିଳେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.