ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ମୃତ
28/07/2018 at 10:13 AM

ବାଲେଶ୍ବର ସଦରଥାନା ଅନ୍ତର୍ଗତ ଉଡ଼ଙ୍ଗି ଗ୍ରାମରେ ରହୁଥିବା ବାଲକିଶୋର ଦାସଙ୍କ ଘରେ ଆଜି ସକାଳ ୯ ଟାରେ ଘଟିଛି ଏକ ଅଘଟଣ। ବାଲକିଶୋରଙ୍କର ବଡ଼ପୁଅ ଅମୂଲ୍ୟ ତାର ସ୍ତ୍ରୀର ମୁଣ୍ଡକୁ କୁରାଡ଼ିରେ ମାରି ଗୁରୁତର କରିପକାଇଥିଲା । ପରେ ଅମୂଲ୍ୟର ଦୁଇଜଣ ସାନଭାଇ ଆହତ ଭାଉଜ ଅଞଳି ଦାସଙ୍କୁ ଗାଡ଼ିରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ଏସସିବିକୁ ସ୍ଥାନାଂତର କରାଯାଇଥିଲା । ଅଞଳିଙ୍କୁ ଆମ୍ବୁଲେନ୍ସରେ କଟକ ନେବା ବାଟରେ ମାର୍କଣା ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ସେପଟେ ଅମୂଲ୍ୟକୁ ତାର ଭାଇମାନେ ଧରି ହଳଦୀପଦା ଫାଣ୍ଡିରେ ପୁଲିସର ଜିମାଦେଇଥିଲେ ।
ଅମୂଲ୍ୟ ଆଜକୁ ୮ ବର୍ଷ ତଳେ ସୁରଟରେ କାମ କରୁଥିବା ବେଳେ ସେଠାରେ ଅଞଳି ସହ ତାର ପ୍ରେମ ହୋଇଥିଲା । ପରେ ସେ ତାକୁ ବିବାହ କରିଥିଲା । ଅମୂଲ୍ୟ ସବୁବଳେ ତାର ସ୍ତ୍ରୀକୁ ପିଟାମରା କରେ। ସେମାନଙ୍କର ଗୋଟାଏ ପୁଅ ଓ ଗୋଟାଏ ଝିଅ। କିଛିଦିନ ତଳେ ଅଞଳି ସ୍ବମୀ ଉପରେ ରାଗି ଟ୍ରେନରେ ବାପଘରକୁ ପଳାଇ ଯାଇଥିଲେ । ଅମୂଲ୍ୟ ତାକୁ ଖଡ଼ଗପୁର ଷ୍ଟେସନରୁ ନେଇ ଆସିଥିଲା । କାଲି ସ୍ବାମୀ ସ୍ତ୍ରୀ ଝଗଡ଼। ଲାଗିଥିଲେ । ଆଜି ଅମୂଲ୍ୟ କ୍ରୋଧାନ୍ବିତ ହୋଇ ଅଞଳିର ମୁଣ୍ଡକୁ କୁରାଢ଼ିରେ ବାଡ଼େଇଦେଇଥିଲା ବୋଲି ଅମୂଲ୍ୟର ଭାଇ କହିଛନ୍ତି ।