Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଅବୈଧ ସଂପର୍କ ପାଇଁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଶବ ପାଖରେ ଛାଡ଼ି ଦେଇ ଆସିଥିଲା ଗ୍ୟାସ ସିଲିଣ୍ଡର

29/10/2019 at 8:41 PM

ରାଞ୍ଚି୨୯/୧୦: ଗୋଟିଏ ଅଧା ଜଳା ଶବକୁ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତିଙ୍କ ଶବ ବ୍ୟଚ୍ଛେଦ ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇଛି। ଅବୈଧ ସଂପର୍କକୁ କେନ୍ଦ୍ର କରି ମୃତ ରୂସ୍ତମ ଅଂସାରୀଙ୍କ ପତ୍ନୀ ତାଙ୍କୁ ହତ୍ୟା କରିଥିବା କଥା ଜଣାପଡିଛି। ରୂସ୍ତମଙ୍କ ପତ୍ନୀ ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପରେଖ ଦେବା ପାଇଁ ଚେଷ୍ଟା କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ପତ୍ନୀ ତା ପ୍ରେମିକାକୁ ପୋଲିସ ଗିରଫ କରିଛି।

୪୨ ବର୍ଷ ବୟସ୍କ ରୂସ୍ତମଙ୍କ ପତ୍ନୀ ଓ ତାଙ୍କ ଭିଣୋଇଙ୍କ ଭାଇ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା। ଏମାନଙ୍କ ଅବୈଧ ସଂପର୍କରେ ରୂସ୍ତମ ଜାଣିବା ପରେ ପତ୍ନୀ ଓ ତା ପ୍ରେମିକ ମିଶି ରୁସ୍ତମଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ରୂସ୍ତମଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା କଥା ଜଣାପଡ଼ିଛି।

 ପ୍ରଥମେ ରୂସ୍ତମଙ୍କ ଖାଇବା ଜିନିଷରେ ନିଶା ଔଷଧ ଦିଆଯାଇଥିଲା। ଅଚେତ ଅବସ୍ଥାରେ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ନେଇ ଜାଳି ଦିଆ ଯାଇଥିଲେ। କିନ୍ତୁ ଅଭିଯୁକ୍ତ ପତ୍ନୀ ଓ ତାଙ୍କ ପ୍ରେମିକ ଚତୁରତା ସହ ଶବଠାରୁ କିଛି ଦୂରରେ ଏକ ଖାଲି ଥିବା ପୋଡ଼ା ଗ୍ୟାସ ସିଲିଣ୍ଡର ଛାଡ଼ି ଦେଇଥି ଆସିଥିଲେ। ଯେମିତି ସମସ୍ତେ ଜାଣି​‌ବେ ଗ୍ୟାସ ଫାଟିବାରୁ ରୂସ୍ତମଙ୍କ ମୃତ୍ୟୁ ହୋଇଛି। ତାଙ୍କର ଏହି ଯୋଜନା ଫସର ଫାଟି ଯାଇଥିଲା। ପୋଷ୍ଟ ମର୍ଟମ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା।

ପୋଲିସର ସୂଚନା ଅନୁସାରେ ସ୍ଥାନୀୟ ଥାନାରେ ଚୋରି ଓ ଡ଼କାୟତ ଭଳି ବହୁ କେସ ରୂସ୍ତମଙ୍କ ନାଁରେ ରହିଛି। ସିଡିଆର ରିପୋର୍ଟ ଅନୁସାରେ ଅକ୍ଟୋବର ୨୩ ତାରିଖରେ ରୂସ୍ତମ ତାଙ୍କ ସାଙ୍ଗ କଥା ହୋଇଥିଲେ। ରୂସ୍ତମ ହତ୍ୟା କିଛି ଦିନ ପରେ ଅର୍ଥାତ ଅକ୍ଟୋବର ୨୬ ତାରିଖରେ ଥାନାରେ ରୂସ୍ତମଙ୍କ ପତ୍ନୀ ତାଙ୍କ ସ୍ବାମୀ  ନିଖୋଜ ଥିବା ନେଇ ଏତଲା ଦେଇଥିଲା। ଏମିତି ଖୋଜାଖୋଜି ପରେ ଏକ ଭଙ୍ଗା ଘରୁ ରୂସ୍ତମଙ୍କ ଅଧା ଜଳା ମୃତ ଶରୀର ପୋଲିସ ଉଦ୍ଧାର କରିଥିଲା । ପୋଷ୍ଟ ମର୍ଟମ ପରେ ଅଭିଯୁକ୍ତ ପତ୍ନୀ ଓ ତା ପ୍ରେମିକାକୁ ପୋଲିସ ଗିରଫ କରିଛି।

   Related Posts