ଦୁର୍ଘଟଣାରେ ମୃତ ଲାଂସ ନାୟକଙ୍କ ସ୍ତ୍ରୀଙ୍କୁ ମିଳିଲା ୯୧ ଲକ୍ଷ ଟଙ୍କା ବୀମାରାଶି

Published By : Prameya-News7 Bureau | March 29, 2019 IST

ଜମ୍ମୁ କଶ୍ମୀରରେ ଲାଂସ ନାୟକ କରନପାଲ ସିଂହଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ନ୍ୟାୟାଳୟ ତାଙ୍କ ପରିବାରକୁ ୯୧ ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ ପାଇଁ ବୀମ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ପାଖାପାଖି ଦେଢ ବର୍ଷ ତଳେ ଏହି ସଡକ ଦୁର୍ଘଟଣା ଘଟିଥିଲା । ବୀମା କମ୍ପାନୀ ଟାଟା ଏଆଇଜି ଜେନରାଲ ଇନସିଓରାନ୍ସ କଂପାନୀକୁ ଉପରୋକ୍ତ ବୀମା ରାଶି ତୁରନ୍ତ ପ୍ରଦାନ ପାଇଁ ଏଡିଜେ ଅଦାଲତ ଆଦେଶ ଦେଇଛନ୍ତି।

{"id":98222,"width":545,"height":407}

୨୦୧୭ ମସିହା ଡିସେମ୍ୱର ମାସ ୮ତାରିଖରେ ଜବାନ କରନପାଲ ସିଂହ ତାଙ୍କ ପରିବାର ସହ ଭରତପୁର ଗାଁରୁ ମଥୁରା ଫେରୁଥିଲେ। ଫେରିବା ସମୟରେ ଏକ କାର ସହ ଧକ୍କା ଯୋଗୁଁ ସେ  ଆହାତ ହୋଇଥିଲେ। ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।   

କରନ ପାଲଙ୍କ ସ୍ତ୍ରୀ ପିଙ୍କି ଦେବୀ ଟାଟା ଏଆଇଜି ଜେନରାଲ ଇନସିଓରାନ୍ସ ଓ ସଂପୃକ୍ତ କାରର ମାଲିକ ମହେଶ ଚନ୍ଦ୍ରଙ୍କୁ ପାର୍ଟି କରି ୧ କୋଟି ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ ସହ ମାମଲା ରୁଜ୍ଜୁ କରିଥିଲେ ।  ଗୁରୁବାର ଦିନ ମୋଟର ଦୁର୍ଘଟଣା ପ୍ରତିକାର ଅଧିଗ୍ରହଣ ବିଚାରପତି ମାମଲାର ବିଚର କରି ମୃତ ଜବାନଙ୍କ ପତ୍ନୀଙ୍କୁ ୯୧ଲକ୍ଷ ୪୫ ହଜାର ୧୫୦ ଟଙ୍କା ଦେବା ପଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.