ପତ୍ନୀ ନିଜ ସ୍ବାମୀଙ୍କୁ ହତ୍ୟା କରିବା ଲାଗି ୩ ଜଣ ସୁପାରି କିଲରଙ୍କୁ ଦେଇଥିଲା ଦେଢ଼ କୋଟି ଟଙ୍କା, ହସ୍ପିଟାଲରେ ସ୍ବାମୀ ସବୁ କହିଲେ…

Published By : Prameya-News7 Bureau | November 01, 2019 IST

ଜାମନନଗର୧/୧୧: ଅକ୍ଟୋବର ୨୫ ତାରିଖରେ ଜାମନନଗର ଖେରୀ ଆଶ୍ରମର ମୁଖ୍ୟ ରାସ୍ତା ନିକଟରୁ ଗୁରୁତର ଅବସ୍ଥାରେ ଜଣେ  ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଏପରି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁ ପୂର୍ବରୁ ସେ ପ୍ରକୃତ ଘଟଣା ଉପରୁ ପରଦା ଉଠାଇବା ସହ ତାଙ୍କର ଏପରି ଅବସ୍ଥା ଲାଗି କିଏ ଦାୟୀ ତାହାର ମଧ୍ୟ ନାଁ କହିଛନ୍ତି।

ଘଟଣା ଅନୁସାରେ ଜଣେ ମହିଳା ସବ୍‌ନା ନିଜ ସ୍ବାମୀ ହାରୁନଙ୍କୁ ହତ୍ୟା କରିବା ଲାଗି ସୁପାରି କିଲରଙ୍କୁ ୧କୋଟି୬୦ ଲକ୍ଷ ଟଙ୍କା ଦେଇଥିଲା। ମୃତ ହାରୁନଙ୍କ ମୃତ୍ୟୁ  ହେବା ପୂର୍ବରୁ ସେ ଅଭିଯୁକ୍ତ ସ୍ତ୍ରୀ ସଂପର୍କରେ  ସବୁ କହିଛି।  ହାରୁନଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ତ୍ରୀକୁ ପୋଲିସ ଗିରଫ କରି ପଚରାଉଚାର କରିଥିଲା।

ଅଭିଯୁକ୍ତ ମହିଳାର ବୟାନ ଆଧାରରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ମହିଳା ଓ ତା ପ୍ରେମିକ ଶାହୀଦ ସମେତ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି। ହାରୁନଙ୍କୁ ହତ୍ୟା କରିବା ଲାଗି ଅଭିଯୁକ୍ତ ମହିଳା ସୁପାରି କିଲରଙ୍କୁ ସୁପାରି ଦେଇଥିଲା। ମୃତ ହାରୁନଙ୍କ ପତ୍ନୀ ସବ୍‌ନା ଅନ୍ୟ ଜଣେ ଯୁବକ ଶାହୀଦ ସହ ଅବୈଧ ସଂପର୍କର ରଖି ଥିଲା। ଅନ୍ୟ ଅଭିଯୁକ୍ତଙ୍କ ନାଁ ହେଉଛି ଅଜୟ, ସାଗର ଓ ରହିସ୍‌।

ସୂଚନା ଅନୁସାରେ ପ୍ରଥମେ ହାରୁନଙ୍କୁ  ବାନ୍ଧି ଏକ ଗାଡ଼ିରେ ବସାଇ ବାଲାଚଢ଼ା ମୁଖ୍ୟ ମାର୍ଗକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଏକ ଲୁହା ବାଡିରେ ପିଟିଥିଲେ। ହାରୁନ ଗୁରୁତର ଆହତ ହେବା ପରେ ମରିଗଲା ବୋଲି ସେମାନେ ଚାଲି ଯାଇଥିଲେ । କିନ୍ତୁ ତା ପରଦିନ ହାରୁନ ଉଦ୍ଧାର ହେବା ପରେ ପ୍ରକୃତ ଘଟଣା ପର୍ଦ୍ଦାଫାଶ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.