Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

ଅପୂର୍ବ ମିଳନ: ହଜିଯାଇଥିବା ସ୍ବାମୀକୁ ଫେରିପାଇବା ପରେ କେମିତି ଖୁସୀ ହୁଏ ସ୍ତ୍ରୀ ତାହା ଆଜି ରେଡକ୍ରସ ଭବନରେ ଦେଖିଥିଲେ ଲୋକେ, ପଢନ୍ତୁ ପୂରା କାହାଣୀ

25/06/2019 at 8:07 PM

ଭୁବନେଶ୍ବର୨୫|୬; ୟେ ଆନନ୍ଦ ମିଳନର  । ଅସୁମାରୀ ଆଶାରେ ଯୋଡ଼ା ହୋଇଥିବା ଲମ୍ବା ପ୍ରତୀକ୍ଷାର । ଆଜି ଏମିତି ଏକ ସତସତିକା ହୃଦୟସ୍ପର୍ଶୀ କାହାଣୀ ଦେଖିବାକୁ ମିଳିଥିଲା ଭୁବନେଶ୍ବର ରେଡକ୍ରସ ଭବନରେ । ଆନ୍ଧ୍ରରେ ହଜିଥିବା ଝାଡ଼ଖଣ୍ଡର ବାହାଦୁର୍ ରକ୍ଷାସନଙ୍କ ୩ ମାସ ପରେ ପରିବାର ସହ ମିଳନ ହୋଇଥିଲା ଓଡ଼ିଶାରେ ।

ସାହିବାଗଞ୍ଜ ଜିଲ୍ଲା ବକୁଡିର ୫୦ ବର୍ଷୀୟ ବାହାଦୁର ଦିନ ମଜୁରୀ କରିବାକୁ ଟ୍ରେନରେ ସିକନ୍ଦରାବାଦ ଯାଉଥିଲେ । ହେଲେ ବିଶାଖାପଟ୍ଟନମ ଷ୍ଟେସନରେ ପାଣି ନେବାକୁ ବାହାରକୁ ଆସି ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପରେ ସେ ସାମୟିକ ଭାବେ ସ୍ମରଣ ଶକ୍ତି ହରାଇବାରୁ ତାଙ୍କୁ ସେଠାକାର ପୋଲିସ ମେଣ୍ଟାଲ ହସ୍ପିଟାଲରେ ଆଡମିଟ କରିଥିଲେ । ଆଉ ଏଠି ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହୋଇଥିଲେ ।

ତେବେ ସଂଯୋଗବଶତଃ, ହସ୍ପିଟାଲର ଓଡ଼ିଆ ଡାକ୍ତର ରାମାନନ୍ଦ ଭୁବନେଶ୍ବର ରେଡକ୍ରସକୁ ଯାଜପୁରରେ ଜଣେ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଉ ଦେଉ ବାହାଦୁରଙ୍କ ତଥ୍ୟ ବି ଦେଇଥିଲେ । ରେଡକ୍ରସ ପକ୍ଷରୁ ଏ ସଂପର୍କରେ ଖୋଳତାଡ଼ କରି ବାହାଦୁରଙ୍କ ପରିବାର ସହ ଯୋଗାଯୋଗ କରାଯାଇ ପାରିଥିଲା । ଶେଷରେ ପରିବାର ପାଖକୁ ଫେରି ଆସିଛନ୍ତି ବାହାଦୁର୍ ।

ପରିବାର ପାଖକୁ ଫେରି ଆସି ବାହାଦୁର ଖୁସି । ତାଙ୍କ ପତ୍ନୀଙ୍କ ଖୁସି କହିଲେ ନ ସରେ । ବାହାଦୁର ଯିବାଠାରୁ ପ୍ରତି ମୂହୁର୍ତ୍ତ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ପତ୍ନୀ । ଟ୍ରେନର ପ୍ରତିଟି ଶବ୍ଦ ତାଙ୍କୁ ସ୍ୱାମୀଙ୍କ ଫେରିବାର ଆଶା ଦେଉଥିଲା । ପ୍ରତିଦିନ ଷ୍ଟେସନକୁ ଯାଇ ବାହାଦୁରକୁ ସେ ଖୋଜୁଥିଲେ । ଯିଏ ଯାହା କହିଲେ ବି ମନ କହୁଥିଲା ସେ ବଞ୍ଚିଛନ୍ତି । ଆଉ ଆଜି ଯେତେବେଳେ ସ୍ୱାମୀ ଫେରିଆସିଛନ୍ତି, ହାତ ଧରି ନେଉଛନ୍ତି ପତ୍ନୀ, କେମିତି ଅଛନ୍ତି ବୋଲି ପଚାରୁଛନ୍ତି । ଏ ଦୃଶ୍ୟ ଉପସ୍ଥିତ ସମସ୍ତଙ୍କ ଆଖିରେ ଯେମିତି ଖୁସିର ଲୁହ ନେଇ ଆସୁଥିଲା ।

ବାହାଦୁରଙ୍କ ଉଦ୍ଧାର ପରେ ତାଙ୍କୁ ରେଡକ୍ରସ ପକ୍ଷରୁ ରାଜଭବନ ନିଆଯଆଇଥିଲା । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାହାଦୁରଙ୍କ ପରିବାକୁ ଶୁଭେଚ୍ଛା ଜଣାଇବା ସହ ସହାୟିତା ରାଶି ପ୍ରଦାନ କରିଥିଲେ । ଏହା ସହ ରେଡକ୍ରସର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ।

ତେବେ ନିରୁଦ୍ଦିଷ୍ଟ ହେବା ପରେ ଯାଜପୁର ଜାରକା ଚକ୍ରଡା ଗାଁର ପ୍ରକାଶ ନାୟକ ମଧ୍ୟ ବିଶାଖାପାଟ୍ଟନମ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରେଡକ୍ରସ ସୂଚନା ଦେଇଛି । ତାଙ୍କ ପରିବାର ଲୋକଙ୍କ ସହ ପ୍ରକାଶଙ୍କ ମିଳନ ଲାଗି ପ୍ରୟାସ ଜାରି ରହିଛି ।

   Related Posts