Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଫୁଟୁବଲର ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲେ ୧୦ ଲକ୍ଷ ପାଉଣ୍ଡ, ଡିଭୋର୍ସ ନୋଟିସ୍ ପରେ ରାଗି ଯାଇଥିଲେ

26/09/2020 at 10:55 PM

ନୂଆଦିଲ୍ଲୀ,୨୬/୦୯ :  ନିଜ ଫୁଟୁବଲର୍ ସ୍ୱାମୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ସ୍ତ୍ରୀଙ୍କୁ ଗିରଫ କରାଯାଇଛି । ଫୁଟୁବଲର ଜଣଙ୍କ ବିବାହ ବିଚ୍ଛେଦ ମାମଲା କରିବା ପରେ ଉତକ୍ଷିପ୍ତ ହୋଇ ମହିଳାଜଣଙ୍କ ଏପରି ଜଘନ୍ୟକାଣ୍ଡ ଭିଆଇବାକୁ ଚେଷ୍ଟା କରିଥିଲେ  ।

ସୂଚନାନୁସାରେ, ତୁର୍କୀର ପୂର୍ବତନ ଖେଳାଳି ଏମରେ ଆସିକ ତାଙ୍କ ପତ୍ନୀ ୟାଗମୁର୍ ଆସିକଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । ତେବେ ଏଥିରେ ରାଜି ନଥିଲେ ୟାଗମୁର୍ । ତେଣୁ ସେ ସ୍ୱାମୀ ଅର୍ଥାତ ଏମରେଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେ ଜଣେ ନିଜ ପ୍ରେମିକ ସୁଙ୍ଗୁରରଙ୍କୁ  ସୁପାରି କିଲର ଭାବେ ବ୍ୟବହାର କରିବାକୁ ଚାହୁଁଥିଲେ । କିନ୍ତୁ ସୁଙ୍ଗୁର ଏପରି କରିବାକୁ ମନା କରିଦେଇଥିଲେ । ଫଳରେ ୟାଗମୁର ଜଣେ ସୁପାରି କିଲରକୁ  ୧୦ ଲକ୍ଷ ପାଉଣ୍ଡ ପ୍ରଦାନ କରିଥିଲେ । ଆହୁରି ମଧ୍ୟ ସେ ସୁପାରି କିଲରକୁ ଅସ୍ତ୍ର ଓ ମୃତଦେହକୁ ପୋତିବା ସ୍ଥାନ ବାବଦରେ ମଧ୍ୟ କହିଥିଲେ ।

ତେବେ ୟାଗମୁରଙ୍କ ପ୍ରେମିକ ତଥା ସୁଙ୍ଗୁର ଏବାବଦରେ ଏମରେଙ୍କୁ ସବୁ କହିଦେଇଥିଲା । ଏମରେ ଏବାବଦରେ ପୋଲିସକୁ କହିଥିଲେ । ପୋଲି ୟାଗମୁର ଓ ତାଙ୍କ ପ୍ରେମିକ ସୁଙ୍ଗୁରଙ୍କୁ ଗିରଫ କରିଛି ।

   Related Posts