Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

‘ସେ ମୋ ସ୍ତ୍ରୀ, ଆଉ କାହାର ହୋଇପାରିବନି’… ୮ ବର୍ଷର ନାଟକ ଶେଷ, ବେଦୀରେ ବସିଲେ…

10/12/2020 at 2:05 PM

ଭୁବନେଶ୍ବର ୧୦।୧୨: ଚାରି ଥର ବାହାଘର ଭାଙ୍ଗିବା ପରେ ଶେଷରେ ନିଜ ସ୍ତ୍ରୀର ହାତ ଧରିଲେ ଯୁବକ। ତାହା ପୁଣି ପରିବାର ଲୋକଙ୍କ ସହଯୋଗରେ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ କେନ୍ଦ୍ରାପଡ଼ା ରାଜନଗର ଥାନା କେରଡ଼ାଗଡ଼ ଅଞ୍ଚଳର ସୁଦୀପ୍ତ (ଛଦ୍ମନାମ) ପଟ୍ଟାମୁଣ୍ଡାଇରେ ପାଠ ପଢ଼ୁଥିଲେ। ଏହି ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ସାଗରିକା (ଛଦ୍ମନାମ)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହାପରେ ଉଭୟ ବିବାହ କରିବାର ପ୍ରତିଶ୍ରୁତି ନେଇଥିଲେ । ୨୦୧୨ ଅଗଷ୍ଟରେ ଦୁହେଁ ପ୍ରଥମେ ମନ୍ଦିର ଓ ପରେ ନୋଟାରୀରେ ବିବାହ କରିଥିଲେ ।

ଏହାପରେ ସୁଦୀପ୍ତ ୨୦୧୪ ମସିହାରେ ଗାଁ ଛାଡି କଟକ ପଳାଇ ଆସିଥିଲେ । କିଛି ବର୍ଷ ଉଭୟଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ଚାଲିଥିଲା । ୨୦୧୮ ମସିହାରେ ସାଗରିକାଙ୍କ ସ୍କୁଲରେ ଚାକିରୀ ହୋଇଯାଇଥିଲା । ଫଳରେ ସେ କୋରାପୁଟ ବୋରିଗୁମ୍ମାକୁ ପଳାଇ ଯାଇଥିଲେ । ୨୦୧୯ ଜୁନ୍‌ ମାସରେ ସାଗରିକା ବାପ ଘରକୁ ଯାଇ ଆଉ ଫେରି ନଥିଲେ । ଏଭଳି ସ୍ଥିତିରେ ସ୍ତ୍ରୀକୁ ଫେରାଇ ଆଣିବାକୁ ସୁଦୀପ୍ତ ୨୦୧୯ ଡିସେମ୍ବର ମାସରେ କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟରେ କେସ୍‌ କରିଥିଲେ ।

ଏ ଭିତରେ ସାଗରିକା ଲୁଚିକରି ବାହା ହେବାକୁ ଅନେକ ଥର ଚେଷ୍ଟା କରିଥିଲେ । ମାତ୍ର ଯେଉଁଠି ବାହାଘର ହେଉଥିଲା ସୁଦୀପ୍ତ ସେଠାରେ ଯାଇ ପହଞ୍ଚି ଯାଉଥିଲେ । ଏହାସହ ବାହାଘର ଭାଙ୍ଗୁଥିଲେ । ଗତ ଜୁନ୍‌ ୨୫ରେ ଚତୁର୍ଥ ଥର ବିବାହ କରୁଥିବା ବେଳେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ତାରକା ପହଞ୍ଚି ବାହାଘର ଭାଙ୍ଗିବା ସହ ଘଟଣାସ୍ଥଳରେ ଉତ୍ପାତ କରିଥିଲେ ସୁଦୀପ୍ତ । ଉଭୟଙ୍କ ବାହାଘର ପାଇଁ ପୋଲିସ ଉଦ୍ୟମ କରି ବିଫଳ ହୋଇଥିଲା ।

ତେବେ ପଞ୍ଚମ ଥର ବାହାଘରର ଯୋଜନା କରୁଥିବା ନେଇ ସୁଦୀପ୍ତ ଖବର ପାଇ ଶ୍ବଶୁର ଘରେ ପହଞ୍ଚିଯାଇଥିଲେ। ଏଭଳି ବାରମ୍ବାର ବାହାଘର ଭାଙ୍ଗିବା ପରେ ଶ୍ବଶୁର ଘରଲୋକ ଅତିଷ୍ଠ ହୋଇଯାଇଥିଲେ । କିଛି ଉପାୟ ନପାଇ ଉଭୟଙ୍କ ବାହାଘର ପାଇଁ ରାଜି ହୋଇଥିଲେ । ଶେଷରେ ସୁଦୀପ୍ତ ପୁଣି ଥରେ ସାଗରିକାଙ୍କ ସହ ବିବାହ କରିଛନ୍ତି ।

   Related Posts