Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରାତି ସାରା ଅଶ୍ଳୀଳ ଭିଡିଓ ଦେଖୁଛି ସ୍ୱାମୀ : ଚିନ୍ତିତ ହୋଇ ମହିଳା ହେଲ୍ପଲାଇନରେ ଅଭିଯୋଗ କରିଛନ୍ତି ସ୍ତ୍ରୀ

1/07/2020 at 2:51 PM

ପାଟଣା ୦୧/୦୭ : ପାଟଣାର ଜଣେ ମହିଳା ନିଜ ସ୍ୱାମୀଙ୍କ କାରବାରରେ ବିରକ୍ତ ହୋଇ ମହିଳା ହେଲ୍ପଲାଇନ ଠାରୁ ସାହାଯ୍ୟ ମାଗିଛନ୍ତି | ସବୀନା ଖାତୁନ ୨ ବର୍ଷ ପୂର୍ବରୁ ଛପରାର ମକସୁଦଙ୍କୁ ବିବାହ କରିଥିଲେ | ମକସୁଦର ଏକ ଜୋତା ଓ କପଡା ଦୋକାନ ଅଛି | ସବୀନା କହିଛନ୍ତି ଯେ ବାହାଘର ପରେ ସବୁ ଠିକ ଚାଲିଥିଲା | କିନ୍ତୁ ଗୋଟିଏ ଶିଶୁ ଜନ୍ମ ହେବା ପରେ ତାଙ୍କ ସ୍ୱାମୀ ମକସୁଦର ଅଭ୍ୟାସ ବିଗିଡି ଯାଇଥିଲା | ସେ ରାତି ସାରା ଫୋନରେ ଅଶ୍ଳୀଳ ଭିଡିଓ ଦେଖେ | କେବଳ ସେତିକି ନୁହେଁ ସେ ନିଜେ ଦେଖିବା ସହ ବେଳେବେଳେ ସବୀନାଙ୍କୁ ମଧ୍ୟ ଦେଖିବାକୁ କହିଥାଏ | ସେ ଅଶ୍ଳୀଳ ଭିଡିଓ ଦେଖିବାକୁ ମନା କଲେ ତାଙ୍କୁ ଗାଳିଗୁଲଜ କରେ |

ସ୍ୱାମୀର ଏହି ଅଭ୍ୟାସ ଯୋଗୁଁ ସେ ହଇରାଣ ହୋଇ ମହିଳା ହେଲ୍ପଲାଇନକୁ ସାହାଯ୍ୟ ମାଗିଛନ୍ତି | ସେ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ବୁଝେଇବାକୁ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ସେ ଏହି ଅଭ୍ୟାସ ଛାଡିବାକୁ ରାଜି ନୁହନ୍ତି | ସବୁବେଳେ ରୋକ ଟୋକ କରିବାରୁ ସେ ଏବେ ନା ସ୍ତ୍ରୀ ସହିତ କଥାବାର୍ତ୍ତା କରୁଛି ନା ଛୁଆକୁ ଦେଖୁଚି | ନିଜର ଉଜୁଡି ଯାଉଥିବା ସଂସାରକୁ ବଞ୍ଚାଇବା ପାଇଁ ସବୀନା ମହିଳା ହେଲ୍ପଲାଇନକୁ ସାହାଯ୍ୟ ମାଗିଛନ୍ତି |

ମହିଳା ହେଲ୍ପଲାଇନର ପ୍ରମିଳା କହିଛନ୍ତି ଯେ ଏହା ଏକ ହୀନ ମାନସିକତା | ଯଦି ଜଣେ ପ୍ରତିଦିନ ଅଶ୍ଳୀଳ ଭିଡିଓ ଦେଖେ ତାହେଲେ ସେ ମାନସିକ ସ୍ଥରରେ ରୋଗୀ | ମହିଳାଙ୍କ ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି |

   Related Posts