ସ୍ୱାମୀଙ୍କ ପରାଜୟ ସହି ପାରିଲେନି ସ୍ତ୍ରୀ, କଂଗ୍ରେସ ପ୍ରାର୍ଥୀ ହାରିବା ପରେ ବିଷ ପିଇଦେଲେ ପତ୍ନୀ

Published By : Prameya-News7 Bureau | November 03, 2020 IST

ଜୟପୁର, ୦୩/୧୧:    ରାଜସ୍ଥାନ ନଗର ନିଗମ ନିର୍ବାଚନର ଫଳାଫଳ ମଙ୍ଗଳବାର ସାମ୍ନାକୁ ଆସିଛି । ତେବେ ଜଣେ ପ୍ରାର୍ଥୀ ନିର୍ବାଚନରେ ହାରିବା ପରେ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସୂଚନାନୁସାରେ, କଂଗ୍ରେସ ପ୍ରାର୍ଥୀ ହିମ୍ମତ ସିଂ ଖାଚାରିୟାବାସ ବିଦ୍ୟାଧର ନଗର ଓ୍ୱାର୍ଡ ନମ୍ବର ୩୯ରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିଲେ । ତେବେ ସେ ପରାସ୍ତ ହୋଇଥିବା ଜଣା ପଡିଥିଲା । ସ୍ୱାମୀଙ୍କର ପରାଜୟ ଖବର ଶୁଣି ପତ୍ନୀ ବ୍ୟଥିତ ହୋଇ ପଡିଥିଲେ । ଏପରିକି ସେ ନିଜକୁ ସମ୍ଭାଳିପାରି ନଥିଲେ । ହାରିବା ଖବର ପାଇ ସେ ବିଷ ପିଇ ଦେଇଥିଲେ ।ତାଙ୍କୁ ଗୁରୁତୁର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମଙ୍ଗଳବାର ଜୟପୁର, ଯୋଧପୁର ଓ କୋଟାର ୬ ନଗର ନିଗମରେ ହୋଇଥିବା ନିର୍ବାଚନର ଫଳ ଘୋଷିତ ହୋଇତିଲା । ରାଜ୍ୟର ୬ଟି ନିଗମରେ ୫୬୦ଟି ଆସନରେ ୨୨୩୮ଜଣ ପ୍ରାର୍ଥୀ ହୋଇଥିଲେ । ଯୋଧପୁର ନଗର ନିଗମ ଦକ୍ଷିଁଣରେ ବିଜେପିକୁ ବହୁମତ ମିଳିଛି । ଏଠାରେ ୮୦ଟି ଓ୍ୱାର୍ଡରୁ ବିଜେପି ୪୩ରେ ବିଜୟ ଲାଭ କରିଛି ।

ସେହିପରି ଯୋଧପୁର ଉତ୍ତରରୁ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ଜୟପୁର ହେରିଟେଜ ନଗରରେ କଂଗ୍ରେସ ଆଗରେ ରହିଛି । ଏତତ୍ ବ୍ୟତୀତ ଜୟପୁର ଗ୍ରେଟର ନିଗମରେ ବିଜେପି ଆଗରେ ରହିଛି ।ଆହୁରି ମଧ୍ୟ କୋଟା ଉତ୍ତର ନଗର ନିଗମରେ ବିଜେପିକୁ ବିପୁଳ ଆସନ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.