ବିବାହର ୩ ବର୍ଷ ପରେ ବି ସ୍ୱାମୀ ମନ ପ୍ରେମିକା ପାଖରେ: ଛାଡପତ୍ର ଦେଇ ବିବାହ କରାଇଦେଲେ ସ୍ତ୍ରୀ

Published By : Prameya-News7 Bureau | November 07, 2020 IST

ଭୋପାଲ ୦୭/୧୧ : ମଧ୍ୟ ପ୍ରଦେଶରୁ ଅଧିକାଂଶ ସମୟରେ ଅଜବ ଅଜବ ଘଟଣା ସାମ୍ନାକୁ ଅସିଥାରେ। ରାଜଧାନୀ ଭୋପାଲରୁ ବର୍ତ୍ତମାନ ଏହିଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ବାହାଘରର ୩ ବର୍ଷ ପରେ ନିଜ ସ୍ୱାମୀଙ୍କ ବାହାଘର ତାଙ୍କ ପ୍ରେମିକା ସହ କରାଇଛନ୍ତି। ମହିଳାଙ୍କ ହୃଦୟ ଏତେ ବଡ ଯେ ନିଜ ସ୍ୱାମୀକୁ ତାଙ୍କ ପୁରୁଣା ପ୍ରେମିକା ସହ ମିଶେଇବା ପାଇଁ ସେ ନିଜ ସ୍ୱାମୀକୁ ଛାଡପତ୍ର ଦେଇଛନ୍ତି। ସ୍ୱାମୀକୁ ପ୍ରେମିକା ସହ ମିଶାଇବାକୁ ଛାଡପତ୍ର ଦେବାପାଇଁ ସେ ପଛେଇନଥିଲେ।

ମହିଳାଙ୍କ ଓକିଲ କହିଛନ୍ତି ଯେ, ବିବାହର ୩ ବର୍ଷ ପରେ ମଧ୍ୟ ତାଙ୍କ ସ୍ୱାମୀ ନିଜ ପୁରୁଣା ପ୍ରେମିକା ହିଁ ଭଲ ପାଉଥିଲେ। ସ୍ୱାମୀଙ୍କ ମନ ସବୁବେଳେ ପୁରୁଣା ପ୍ରେମିକା ପାଖରେ ଥିଲା। ସେଥିପାଇଁ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଦେଲେ ଯେପରି ସେ ନିଜ ପ୍ରେମିକାକୁ ବିବାହ କରିପାରିବେ। ମହିଳାଙ୍କ ଓକିଲ କହିଛନ୍ତି ଯେ, ଯୁବକ ଉଭୟ ସ୍ତ୍ରୀ ଓ ପ୍ରେମିକାଙ୍କ ସହ ବୈବାହିକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ। କିନ୍ତୁ ଏହା ବେଆଇନ। ଏହିଭଳି ସ୍ଥିତିରେ ମହିଳା ସହୃଦୟତା ପରିଚୟ ଦେଇ ସ୍ୱାମୀକୁ ଛାଡପତ୍ର ଦେଇଛନ୍ତି ଏବଂ ନିଜ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କ ବାହାଘର କରାଇଛନ୍ତି।

ମାମଲା ଶୁଣିବାକୁ ଅଜବ ଲାଗୁଛି ନିଶ୍ଚୟ କିନ୍ତୁ ମଧ୍ୟ ପ୍ରଦେଶରେ ଏହା କୌଣସି ନୂଆ ମାମଲା ନୁହେଁ। ୨୦୧୯ ମସିହାରେ ଭୋପାଲରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ବିବାହର ୭ ବର୍ଷ ପରେ ଜଣେ ମହିଳା ନିଜ ସ୍ୱାମୀକୁ ଛାଡପତ୍ର ଦେଇଥିଲେ ଯେପରି ସେ ନିଜ ପ୍ରେମିକାକୁ ବିବାହ କରି ସୁଖମୟ ସାଂସାରିକ ଜୀବନ ବିତେଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.