ମାଲକାନଗିରିରେ ସାପ କାମୁଡ଼ାରୁ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

Published By : Prameya-News7 Bureau | September 13, 2018 IST

ମାଲକାନଗିରି ୧୩/୯ : ମାଲକାନଗିରି ଜିଲ୍ଲା ଏମ,ଭି ୭୯ ଥାନା ଅନ୍ତର୍ଗତ କୋଣ୍ଡାପାଲି ଗାଁରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ମୃତ ମହିଳାଙ୍କ ସ୍ୱାମୀ ମଧ୍ୟ ସାପ କାମୁଡ଼ିବାରୁ ଗୁରୁତର ଅଛନ୍ତି | ତାଙ୍କୁ ଗୁରୁତର ଅବସ୍ଥାରେ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋରୁ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ଉଭୟଙ୍କୁ କାମୁଡି ଦେଇଥିଲା । ଉଭୟଙ୍କୁ ଏମ,ଭି ୭୯ ମେଡ଼ିକାଲ ଅଣାଯାଇଥିଲା ବେଳେ ସ୍ତ୍ରୀ ଯୋଡି ଲାଛିର ମେଡିକାଲରେ ମୃତ୍ୟୁ ହୋଇଯାଇଥିଲା । ସ୍ୱମୀ ଯୋଗୀ ଲଚାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.