ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

Published By : Prameya-News7 Bureau | September 16, 2018 IST

ରାଇରଙ୍ଗପୁର ୧୬/୯ : ରାଇରଙ୍ଗପୁରରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀ ଗୁରୁତର ଅଛନ୍ତି । ମୃତ ମହିଳା ହେଲେ ବିଶୋଇ ଥାନା ମାନୀଚ ଗ୍ରାମର ନନ୍ଦିନୀ ସି । ନଦିନୀ ଓ ତାଙ୍କ ସ୍ୱାମୀ ସୁରଥ ବିଶୋଇ ଡାକ୍ତର ଖାନାରୁ ନିଜ ଗାଁକୁ ସାଇକେଲରେ ଫେରୁଥିଲେ । ଜାମିରଡିହା ଆଦର୍ଶ ସ୍କୁଲ ପାଖ ଛକରେ ପଛ ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ନଦିନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ ସ୍ୱାମୀ ସୁରଥ ସି କୁ ବିଶୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖିବା ସହିତ ଡ୍ରାଇଭରକୁ ପୁଲିସର ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି । ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.