Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଶନିବାର ବିବାହ, ରବିବାର ଦୁର୍ଘଟଣା: ସ୍ୱାମୀ ଆଗରେ ଜୀବନ ହାରିଲା ସ୍ତ୍ରୀ

14/06/2020 at 8:48 PM

ପାଟଣା, ୧୪|୦୬ :ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଦୁର୍ଘଟଣାରେ ଛଟପଟ୍ ହୋଇ ପ୍ରାଣ ହରାଇଲା ପତ୍ନୀ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ପାଟଣା ପିପିଳିଆ ରାସ୍ତାର ଦହିବାହାଳି ନିକଟରେ ।

ସୂଚନାନୁସାରେ, ରବିବାର ଅପରାହ୍ନରେ ସ୍ବାମୀ ସ୍ତ୍ରୀ ପିପିଳିଆ ରାସ୍ତାରେ ବାଇକରେ ଯାଉଥିବା ବେଳେ  ଭାରସାମ୍ୟ ହରାଇ  ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀ ପ୍ରତିମା ନାଏକଙ୍କ ମୃତ୍ୟୁ ଘଟିଥିଲା । ତେବେ ସ୍ୱାମୀ ସୁମନ୍ତ  ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ, କରଞ୍ଜିଆ ଥାନା ନୂଆଗାଁ ଗ୍ରାମର ଘାସିରାମ ପାତ୍ରଙ୍କ ପୁଅ ସୁମନ୍ତ ପାତ୍ର ଶନିବାର ଘଟଗାଁ ଥାନା ପିପିଳିଆ ଗ୍ରାମର ପ୍ରତିମା ନାଏକଙ୍କୁ ପ୍ରେମ ବିବାହ କରିଥିଲେ। ରବିବାର ପିପିଲିଆରୁ କରଞ୍ଜିଆକୁ ବାଇକ ଯୋଗେ ଯାଉଥିବା ସମୟ ରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ପ୍ରତିମାଙ୍କୁ ମୃତ ଘୋଷଣା କରିଥିଲେ ।

   Related Posts