ସ୍ବାମୀ ମଦ ଛାଡିବାକୁ ପ୍ରତିଶୃତି ଦେବାପରେ ଆତ୍ମହତ୍ୟା ଉଦ୍ୟମରୁ ଓହରିଲେ ମହିଳା, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 18, 2019 IST

ସୋର୧୮|୧୦: ମଦ ନିଶାରେ ସ୍ତ୍ରୀକୁ ମାଡ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଯୋଗୁଏ ଘଟିଛି ଏକ ଅଭାବନୀୟ ଘଟଣା। ଜାତୀୟ ରଜପଥରେ ଗାଡି ଆଗକୁ ଡେଇଁ ମହିଳା ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କରାଯାଇଛି। ସୋର ଥାନା ରଙ୍ଗପତି ଗାଁର ମଧୁସୂଦନ ମଣ୍ଡଳ ବିବାହର ୨୫ ବର୍ଷ ପରେ ମଧ୍ୟ ମଦ ପିଇ ସ୍ତ୍ରୀ ସୁକାନ୍ତିଙ୍କୁ ପ୍ରତିଦିନ ମାଡ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥାଏ।

{"id":171330}

ମଧୁସୂଦନ ମଦ ପିଇ ଘରକୁ ଟଙ୍କାଟିଏ ଦିଏ ମଧ୍ୟ ନାହିଁ। ସୁକାନ୍ତି ସୋର କଲେଜଛକରେ ଏକ ମେସରେ ୧୨୦ ଛାତ୍ରଛାତ୍ରୀଙ୍କୁ ଦୁଇ ଓଳି ରୋଷେଇ କରି ଯାହା ରୋଜଗାର କରନ୍ତି ସେଥିରେ ପୁଅ  ଝିଅଙ୍କୁ ଉଚ୍ଚ ଶିକ୍ଷିତ କରିଛନ୍ତି।

{"id":171331}

ଗତକାଲି ରାତିରେ ମଧ୍ୟ ମଧୁସୂଦନ ମଦ ନିଶାରେ ସୁକାନ୍ତିକୁ ମାଡ ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ସୁକାନ୍ତି ଆଉ ମାଡ ଗାଳି ସହି ପାରିବନି କହି ଭୋରୁ ଉତ୍ତରେଶ୍ଵର ବସ ଷ୍ଟାଣ୍ଡରେ ରାଜପଥରେ ଗାଡି ଆଗକୁ ଡେଇଁ ଆତ୍ମହତ୍ୟା ଲାଗି ଉଦ୍ୟମ କରିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

{"id":171332}

ଘଟଣାସ୍ଥଳରେ ସ୍ବାମୀ ମଧୁସୂଦନ ସୁକାନ୍ତିକୁ ଯେତେ ବୁଝାଇଲେ ବି ସୁକାନ୍ତି ବୁଝି ନଥିଲା। ଦୀର୍ଘସମୟ ଧରି ମଧୁସୂଦନ ସୁକାନ୍ତିକୁ ଟଣାଓଟରା କରି ଆତ୍ମହତ୍ୟାରୁ ନିବୃତ୍ତ କରିବା ଲାଗି ଉଦ୍ୟମ କରୁଥିବା ଦେଖାଯାଇଥିଲା। ପରେ କିଛି ଲୋକ ହସ୍ତକ୍ଷେପ କରିବା ସହ ମଧୁସୂଦନ ମଦ ନପିଇବାକୁ ପ୍ରତିଶ୍ରୁତି ଦେବାରୁ  ସୁକାନ୍ତି ଶାନ୍ତିରେ ଘରକୁ ଫେରିଥିଲା ।

{"id":171333}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.