ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
30/11/2019 at 8:29 AM

ନୟାଗଡ ୩୦।୧୧: ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଯୁବକ ।

ସୂଚନାଯୋଗ୍ୟ ଯେ , ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଜଣେ ଯୁବକ ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ ଯୁବକ କରିଥିବା ଅଭିଯୋଗ । ସ୍ତ୍ରୀ ମାନି ସିଂ ମୃତ, ସ୍ବାମୀ ନିରଞ୍ଜନ ସିଂ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁ ଭୋଜିରେ ବଚସାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣ କରିଥିବା ଯୁବକ ମନୋଜ ନାୟକ ଫେରାର ।
Related Posts
ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ
24 January 2021
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021