Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ସ୍ବାମୀଙ୍କ ପାଖରେ ଶୋଇବା ଯୋଗୁଁ ସାଂଘାତିକ ଏଲର୍ଜିରେ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ

12/11/2019 at 9:15 AM

ସ୍ବାମୀଙ୍କ ପାଖରେ ଶୋଇବା ଯୋଗୁଁ ଜଣେ ମହିଳା ସାଂଘାତିକ ଏଲର୍ଜିରେ ଆକ୍ରାନ୍ତ ହୋଇ ମତ୍ୟୁ ବରଣ କରିଛନ୍ତି । ଆମେରିକାର ମ୍ୟାରିଲାଣ୍ଡରେ ରହୁଥିବା ମହିଳାଙ୍କ ସ୍ବାମୀ କିଛି ଔଷଧ ପ୍ରତ୍ୟେକ ଦିନ ଖାଉଥିଲେ। ଏହି ଔଷଧ ଯୋଗୁଁ ତାଙ୍କୁ ଏଲର୍ଜି ହୋଇଥିଲା। ଧୀରେ ଧୀରେ ଏହି ଔଷଧ ଯୋଗୁଁ ପତ୍ନୀଙ୍କୁ ମଧ୍ୟ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା।

ହେଲେ ଏହାକୁ ସାମାନ୍ୟ କିଛି ଅସୁବିଧା ଭାବି ନଜରଅନ୍ଦାଜ କରିଥିଲେ ମହିଳା। ପରେ ସେ ଅନେକ ଶାରିରୀକ କଷ୍ଟର ସାମ୍ନା କଲେ। ଫଳରେ ବାଧ୍ୟ ହୋଇ ଶେଷରେ ଡାକ୍ତରଙ୍କ  ପରାମର୍ଶ ଲୋଡିଥିଲେ।  ପ୍ରଥମେ ଡାକ୍ତରମାନେ ରୋଗ ଚିହ୍ନିନପାରି  ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଭୁଲ ଚିକିତ୍ସା ଆରମ୍ଭ କରିଥିଲେ । ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି ବୋଲି ତାଙ୍କୁ ଡାକ୍ତର କହିଥିଲେ।

ହେଲେ ପରେ ତାଙ୍କୁ କୁହାଯାଇଥିଲା ଯେ, ସେ anaphylactic Shockରେ ଆକ୍ରାନ୍ତ ହୋଇଛନ୍ତି। ମହିଳାଙ୍କ ସ୍ବାମୀଙ୍କୁ ବ୍ୟାକ୍ଟେରିଆଲ ଇନ୍‌ପେକ୍ସନ ହୋଇଥିଲା। ଏଥିପାଇଁ ତାଙ୍କ ଚିକିତ୍ସା ମଧ୍ୟ ଚାଲିଥିଲା। କିଛି ଦିନ ପରେ ମହିଳାଙ୍କୁ ଡାକ୍ତାରଖାନାରେ ଏଡମିଟ୍‌ କରାଯାଇଥିଲା। କିଛି ମାତ୍ରାର ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ସେହି ସମୟରେ ଡାକ୍ତର ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ପାଖାପାଖି ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏକାଠି ରହିବାକୁ ମନା କରିଥିଲେ। ସ୍ବାମୀଙ୍କ ଚିକିତ୍ସାରେ ଏଣ୍ଟିବାୟୋଟିକ୍ସ ଡୋଜର ବ୍ୟବହାର କରାଯାଉଥିଲା। ଏଥିପାଇଁ ଡାକ୍ତର ଏଭଳି ପରାମର୍ଶ ଦେଇଥିଲେ। କିଛି ଦିନ ପରେ ମହିଳାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ଓ ଏହାର କାରଣ ସ୍ବାମୀଙ୍କ ସହ ସହବାସ ବୋଲି ବୋଲି କୁହାଯାଇଥିଲା।

   Related Posts