ଅନ୍ୟ ମହିଳା ସହ ସମ୍ପର୍କ ଥିବା ସନ୍ଦେହରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସନ୍ଦେହୀ ସ୍ତ୍ରୀ

Published By : Prameya-News7 Bureau | January 22, 2019 IST

ନବରଙ୍ଗପୁର ୨୨/୧ : ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା | ବିବାହ ପରେ ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ସନ୍ଦେହରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଇଛନ୍ତି | ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ନେଇ ଗତ କିଛି ଦିନ ହେଲା ମହିଳା ନିଜ ସ୍ୱାମୀଙ୍କ ଉପରେ ସନ୍ଦେହ କରିଥିଲେ | ଗୁରୁତର ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ମହିଳାଙ୍କ ସ୍ୱାମୀର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି | ପୀଡିତ ସ୍ୱାମୀ ସଦାଶିବ ହରିଜନ |

{"id":76840}

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ମହିଳା ସ୍ୱାମୀଙ୍କ ଉପରେ ଅନ୍ୟ ମହିଳା ସହ ଶାରୀରିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ | ଯେଉଁଥିପାଇଁ ତାଙ୍କ ସ୍ୱାମୀ ସ୍ତ୍ରୀ ପାଖକୁ ଆସୁନଥିଲେ ବୋଲି ସେ ଅଭିଯୋଗ କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ମହିଳା ସ୍ୱାମୀଠାରୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ | ଗତକାଲି ରାତିରେ ସ୍ୱାମୀ ଶୋଇଥିବାବେଳେ ସ୍ୱାମୀର ହାତ ଗୋଡ ବାନ୍ଧି ସ୍ତ୍ରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ଯୌନାଙ୍ଗ କାଟିଦେଇଥିଲେ | ଏହାପରେ ମହିଳାଙ୍କ ସ୍ୱାମୀ ବହୁତ ଜୋରରେ ଯନ୍ତ୍ରଣାରେ ଛଟପଟ ହୋଇ ପାଟି କରିଥିଲେ | ମହିଳାଙ୍କ ଆକ୍ରମଣ ପରେ ସେ ଲହୁଲୁହାଣ ହୋଇଯାଇଥିଲେ |

{"id":76841}

ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଦୌଡି ଆସିଥିଲେ | ଲୋକେ ଆସି ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଘଟଣା ସମ୍ପର୍କରେ ସ୍ୱାମୀର ବାପା କୈଳାଶ ହରିଜନ ତେନ୍ତୁଳିଖୁଣ୍ଟି ଥାନାରେ ଏତେଲା ଦେଇଥିଲେ | ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା | ପୋଲିସ ପହଂଚି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିଲା | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.