ପାରିବାରିକ କଳହର କରୁଣ ପରିଣତି, ସ୍ବାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | June 26, 2019 IST

ଆନନ୍ଦପୁର ୨୬|୬: ପାରିବାରିକ କଳହର କୁରଣ ପରିଣତି । ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର । ହେଲେ ସେପଟେ ବିଷ ପିଇ ଦେଇଥିବା ସ୍ବାମୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବାରିଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପତି ପତ୍ନୀଙ୍କ ମଧ୍ୟରେ କଳ ହେବାରୁ ସ୍ତ୍ରୀ ସ୍ତ୍ରୀ ମଞ୍ଜୁଲତାକୁ କଟୁରୀରେ ହାଣିଦେଇଥିଲା ସ୍ବାମୀ ନବଘନ । ମଞ୍ଜୁଲତାକୁ କଟକ ସ୍ଥାନାନ୍ତର କରାଯାଇଛି ।

{"id":127285}

ଘଟଣା ପରେ ଅଭିଯୁକ୍ତ ସ୍ବାମୀ ନବଘନ ସାହୁ ଫେରାର ହୋଇଯାଇଥିଲା । ଜଙ୍ଗଲରେ ଯାଇ ବିଷ ପିଇଦେଇଥିଲା । ସେଠାରୁ ତାକୁ ପରିବାର ଲୋକେ ଉଦ୍ଧାରକରି ଡାକ୍ତାରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ନବଘନକୁ ମୃତ ଘୋଷଣା କରିଛନ୍ତି । ଆଜି ଭୋର ସମୟରେ ଏହି ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.