ମଦ୍ୟପ ସ୍ବାମୀର ନିର୍ଯାତନା ହେଲା ଅସହ୍ୟ, ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ମହିଳା

Published By : Prameya-News7 Bureau | November 28, 2020 IST

ଢେଙ୍କାନାଳ ୨୮।୧୧: ପାରିବାରିକ କଳହର କରୁଣ ପରିଣତି । ଅସହ୍ୟ ହେବାରୁ ଜଣେ ମହିଳା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମଦ୍ୟପ ସ୍ବାମୀର ନିର୍ଯାତନା ଅସହ୍ୟ ହେବାରୁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରିକି ମହିଳା ଜଣଙ୍କ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ଜଣଙ୍କ କାମାକ୍ଷାନଗର ଗୋଡି ସାହି ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କ ଶରୀରର ୭୦ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.