ସ୍ତ୍ରୀ ମଟନ ରୋଷେଇ କରିବାରେ ବିଳମ୍ବ ହେବାରୁ ୪ବର୍ଷର ଝିଅକୁ କଚାଡି ମାରିଦେଲା ନୃଶଂସ ବାପା

Published By : Prameya-News7 Bureau | November 16, 2018 IST

ପାଟଣା ୧୬/୧୧ : ସ୍ତ୍ରୀ ମଟନ ରାନ୍ଧିବାରେ ବିଳମ୍ବ କରିବାରୁ ଝିଅକୁ ତଳେ କଚାଡି ମାରିଦେଲା ବାପା | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ବିହାରର ଅମୟୁର ଥାନା ଅନ୍ତର୍ଗତ ଫକୀରଟୋଲୀ ଗାଁରେ | ଅଭିଯୁକ୍ତ ବାପା ହେଲେ ୪୦ ବର୍ଷ ବୟସ୍କ ଶମ୍ଭୁଲାଲ ଶର୍ମା | ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଶମ୍ଭୁଲାଲ ମଟନ ଆଣି ନିଜ ସ୍ତ୍ରୀ ରାଜକୁମାରୀ ଦେବୀଙ୍କୁ ରୋଷେଇ କରିବା ପାଇଁ କହିଥିଲେ | ତେବେ ରୋଷେଇରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା | ରୋଷେଇ ବିଳମ୍ବ ହୋଇଥିବା ନେଇ ଶମ୍ଭୁଲାଲ ସ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ | ଏତିକିବେଳେ ତାଙ୍କର ଏକମାତ୍ର ଝିଅ ଶାଲୁ କୁମାରୀ ମାଙ୍କ ପାଖରେ ଖେଳୁଥିଲା | ତେବେ ଶମ୍ଭୁଲାଲ ଉତ୍ୟକ୍ତ ହୋଇ ୪ ବର୍ଷ ବୟସ୍କା ଝିଅର ବେକକୁ ଧରି ତଳେ କଚାଡି ଦେଇଥିଲେ | ଫଳରେ ଶିଶୁଟି ଅଚେତ ଅବସ୍ଥାରେ ଭୂଇଁରେ ପଡିଯାଇଥିଲା | ଏହାପରେ ସେ ନିଜେ ଝିଅକୁ ଧରି ସାଙ୍ଗେ ସାଙ୍ଗ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ | କିନ୍ତୁ ଡାକ୍ତର ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ | ଝିଅ ମୃତ୍ୟୁର କିଛି ସମୟ ପରେ ଶମ୍ଭୁଲାଲକୁ ପୋଲିସ ଗିରଫ କରିଥିଲା | ଏହି ସମସ୍ତ ଘଟଣା ରାଜକୁମାରୀ ଦେବୀଙ୍କ ସାମ୍ନାରେ ହିଁ ଘଟିଥିଲା | କିନ୍ତୁ ସେ ଏତେ ଡରି ଯାଇଥିଲେ ଯେ, ତାଙ୍କ ପାଟିରୁ ପଦେ କଥା ବି ବାହାରିନଥିଲା | ସୂଚନାଯୋଗ୍ୟ ଯେ, ଶମ୍ଭୁଲାଲ ସୁରତର ଏକ କାରଖାନାରେ କାମ କରନ୍ତି | ଛଟ ପୂଜା ପାଇଁ ସେ ନିଜ ଘରକୁ ଆସିଥିଲେ | ତେବେ ସେ ସବୁବେଳେ ନିଜ ସ୍ତ୍ରୀଙ୍କୁ ମାରପିଟ କରୁଥିବା ଗାଁଲୋକେ କହୁଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି | ହସ୍ପିଟାଲରେ ଝିଅର ମୃତ୍ୟୁ ଖବର ଶୁଣି ମଧ୍ୟ ଶମ୍ଭୁଲାଲ ସେଠାରୁ ଫେରାର ହୋଇଯାଇଥିଲା | କିନ୍ତୁ ଅଳ୍ପ ସମୟ ମଧ୍ୟରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିବାରେ ସଫଳ ହୋଇଥିଲା | ରାଜକୁମାରୀ ଦେବୀ ପୋଲିସକୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ମଟନ ଏବଂ ମାଡ ପିଇବାକୁ ବହୁତ ଭଲ ପାଆନ୍ତି | ସେ ଆହୁରି କହିଛନ୍ତି ଯେ, ମଦ ମାଂସ ପାଇଁ ସେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାଏ | ତେବେ ମଦ ମାଂସରେ ଖର୍ଚ୍ଚ କମ କରିବା ପାଇଁ କହିବାରୁ ସ୍ତ୍ରୀକୁ ମାଡ ମଧ୍ୟ ମାରିଥିଲେ | ଶମ୍ଭୁଲାଲ ୭ ବର୍ଷ ପୂର୍ବରୁ ରାଜକୁମାରୀଙ୍କୁ ବିବାହ କରିଥିଲେ | ଉଭୟଙ୍କ ୪ବର୍ଷର ଗୋଟିଏ ଝିଅ ଥିଲା | ଝିଅ ମା ସାଙ୍ଗେ ପାଟଣାରେ ରହିଥିବାବେଳେ ଅଭିଯୁକ୍ତ ଶମ୍ଭୁଲାଲ ସୁରତରେ ରହୁଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.