Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସ୍ବାମୀ କହିଲେ, ‘ଗର୍ଭରେ ବଢ଼ୁଥିବା ପିଲା ମୋର ନୁହେଁ’: ବିନା ବାହାଘରରେ ସିନ୍ଦୂର ପିନ୍ଧିଥିଲେ ସ୍ତ୍ରୀ

29/12/2020 at 3:50 PM

ଭଦ୍ରକ୨୯/୧୨: ସ୍ତ୍ରୀଙ୍କୁ ଠକି ଦେଲା ସ୍ବାମୀ। ହାଇଦ୍ରାବାଦରେ କାମ କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ସଂସାର କରିବେ ବୋଲି ମନସ୍ଥ କରିଥିଲେ। ସେଥିପାଇଁ ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ଗାଁକୁ ଫେରିଲେ। ପ୍ରେମିକା ଏବଂ ପ୍ରେମିକର ମନକୁ ମନ ମିଶିଲା। ବିନା ବାହାଘରରେ ସିନ୍ଦୂର ପିନ୍ଧିଲେ ସ୍ତ୍ରୀ। ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ କିନ୍ତୁ ସ୍ବାମୀ କହୁଛି ଏ ଗର୍ଭରେ ବଢ଼ୁଥିବା ପିଲା ମୋର ନୁହେଁ। ସେପଟେ ଶାଶୁ-ଶ୍ବଶୁରଙ୍କ ଅସହ୍ୟ ନିର୍ଯାତନା। ଏବେ ପୀଡିତା ଥାନାର ଦ୍ବାରସ୍ଥ ହୋଇଛନ୍ତି। କିଛି ଉପାୟ ନପାଇ ଥାନା ବାରଣ୍ଡାରେ କଇଁ କଇଁ ହୋଇ କାନ୍ଦୁଛନ୍ତି।

ସୂଚନାଯୋଗ୍ୟ ଯେ, କିଛିଦିନ ପରେ ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ଘରକୁ ଫେରିଥିଲେ। କିଛିଦିନ ଭଲରେ ଭଲରେ ବିତିଗଲା କିନ୍ତୁ ଏବେ ଶ୍ଵଶୁର ଘର ଲୋକଙ୍କ ନିର୍ଯାତନାର ଶିକାର ହେଉଛନ୍ତି ସ୍ତ୍ରୀ। ଆଉ ଘରେ ରହିବାକୁ ବାରଣ କରୁଛନ୍ତି। କେବଳ ଶ୍ବଶୁର ଘର ଲୋକେ ନୁହେଁ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କୁ ଗଞ୍ଜଣା ଦେଉଥିବା ସେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳର ଯୁବତୀ  ହାଇଦ୍ରାବାଦରେ କାମ କରନ୍ତି। ସେଠାରେ ଭଦ୍ରକ ଜିଲ୍ଲା ଧୂସୁରି ଥାନା ମଙ୍ଗଳାବାଙ୍କ ଗାଁର ଦୀପକ ଜେନାଙ୍କର ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ଦୁହେଁ ବିବାହ କରିବା ପାଇଁ ହାଇଦ୍ରାବାଦରୁ ଓଡିଶା ଫେରିଲେ। ଦୀପକ ସ୍ତ୍ରୀଙ୍କୁ ନିଜ ଘରକୁ ନ ନେଇ ସମ୍ପର୍କୀୟଙ୍କ ଘରେ ରଖିଲେ। କିନ୍ତୁ ବିବାହ କରିଲେ ନାହିଁ। ସ୍ତ୍ରୀ ଜିଦ କରିବାରୁ ସିନ୍ଦୂର ପିନ୍ଧାଇଲେ ଆଉ କହିଲେ ବିବାହର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ସ୍ତ୍ରୀ ଗର୍ଭବତୀ ଧାରଣ କଲେ ସେତେବେଳେ ସ୍ବାମୀ ହୋଇଗଲେ ସାତପର, ଆଉ ଆରମ୍ଭ ହୋଇଗଲା ନିର୍ଯାତନା। ଏ ନେଇ ସଂପୃକ୍ତ ମହିଳା ଜଣଙ୍କ ଦ୍ବାରସ୍ଥ ହୋଇଛନ୍ତି।

   Related Posts