ମଦ୍ୟପ ସ୍ବାମୀ ବିରୋଧରେ ଯୁବକସଂଘ ନିକଟରେ ସ୍ତ୍ରୀର ଅଭିଯୋଗ: ସ୍ତ୍ରୀଙ୍କୁ ପୁରସ୍କାର ଓ ସ୍ବାମୀଙ୍କୁ ଗଣିବାକୁ ହେଲା ତଣ୍ଡ, ଜାଣନ୍ତୁ ପୂରା ଘଟଣା…

Published By : Prameya-News7 Bureau | September 07, 2019 IST

କେନ୍ଦ୍ରାପଡା୭|୯: ମଦ୍ୟପ ସ୍ବାମୀ ବିରୋଧରେ ସ୍ତ୍ରୀର ଅଭିଯୋଗ । ସ୍ବାମୀର ବଦଭ୍ୟାସ ଛଡେଇବା  ପାଇଁ ଆଗକୁ ଆସିଛନ୍ତି କେନ୍ଦ୍ରାପଡା ପୁରୁଷୋତମପୁର ଗାଁର ସସ୍ମିତା ଜେନା । ଗାଁ ଯୁବକ ସଂଘ ପୁରୁଷୋତ୍ତମପୁରକୁ ମଦମୁକ୍ତ ଗାଁ ଭାବେ ଘୋଷଣା କରିଥିଲେ ।ହେଲେ  ସସ୍ମିତାଙ୍କ ସ୍ବାମୀ ମଦପାନ କରୁଥିବାରୁ ସେ ଏନେଇ ସଂଘ ନିକଟରେ ଅଭିଯୋଗ କରିଥିଲେ ।  ଯୁବକ ସଂଘ ପକ୍ଷରୁ ସସ୍ମିତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ଏହା ସହ ମଦ୍ୟପ ସ୍ବାମୀଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିଛି ।

{"id":154375}

କେନ୍ଦ୍ରାପଡା ପୁରୁଷୋତ୍ତମପୁର  ଗାଁରେ  ମଦ ସଂପୂର୍ଣ୍ଣ ନିଷେଧ  ।  ଗଁ।ର ଯୁବକ ସଂଘ ପକ୍ଷରୁ ୨୦୧୪ରୁ ଆରମ୍ଭ ହୋଇଛି ଏହି ମଦ ବିରୋଧୀ ଅଭିଯାନ । ଗଁ।ରେ ମଦ ବିକ୍ରି କଲେ ଅଥବା ପିଇଲେ ୫ହଜାର ଟଙ୍କା ଜରିମାନା ଦେବାକୁ ହେବ । ଗାଁକୁ ମଦମୁକ୍ତ କରିବାକୁ  ୧୮ଟି ମହିଳା ମଣ୍ଡଳର ସଭ୍ୟାମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

{"id":154378}

ଗଁ।ରେ ମଦର ପ୍ରଚାର ପ୍ରସାର କରି ଯେଉମାନେ ଉତ୍ପାତ କରୁଥିଲେ ସେମାନେ ଏବେ ପୂରାପୂରି ସାବାଡ୍।ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ  ଗଁ।ର ବିଭିନ୍ନ ସ୍ଥାନରେ ନିୟମିତ ପୋଷ୍ଟର ଲଗାଉଛନ୍ତି ଯୁବକମାନେ । ଘର ଘର ବୁଲି ଲୋକମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହିତ ଗଁ।କୁ କରି ପାରିଛନ୍ତି  ସମ୍ପୂର୍ଣ୍ଣ ମଦ ମୁକ୍ତ ଗାଁ ଗଁ।ରେ ମଦର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଧରେଇ ଦେଲେ  ପୁରସ୍କାର ବ୍ୟବସ୍ଥା  ମଧ୍ୟ ରହିଛି  । ମଦ୍ୟପମାନଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ସହିତ ଅଭିଯୋଗ କଲେ ଏକ ହଜାର ଟଙ୍କା ଆର୍ଥିକ ପୁରସ୍କାର ଦେଉଛି ଗଁ।ର ଯୁବକ ସଂଘ ।

{"id":154379}

ମଦ୍ୟପ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରି ହଜାରେ ଟଙ୍କା ପୁରସ୍କାର ରାଶି ପାଇଛନ୍ତି ସସ୍ମିତା ଜେନା । ବର୍ଷବର୍ଷ ଧରି ନିଶାଡି ସ୍ବାମୀଙ୍କ ଅତ୍ୟାଚାର ସହି ଶେଷରେ ସସ୍ମିତା ଗଁ। ଯୁବକ ସଂଘ କାନରେ କଥା ପକାଇଥିଲେ । ସଂଘର ଉଦ୍ୟମରେ ସସ୍ମିତାଙ୍କ ସ୍ବାମୀ ଉମେଶ ଏବେ ସମ୍ପୂର୍ଣ୍ଣ ନିଶା ଛାଡ଼ିଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.