Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଚ୍ ରାସ୍ତାରେ ମହିଳାଙ୍କ ହଙ୍ଗାମା : କାର୍ ଭିତରେ ପ୍ରେମିକାକୁ ଧରି ବୁଲୁଥିଲା ସ୍ୱାମୀ, ଦେଖିଦେଲେ ସ୍ତ୍ରୀ ଆଉ ଚଢ଼ିଗଲେ କାର ଉପରେ…

16/07/2020 at 3:02 PM

ମୁମ୍ବାଇ ୧୬/୦୭ : ମୁମ୍ବାଇରେ ବିଚ ରାସ୍ତାରେ ଏହିଭଳି ହଙ୍ଗାମା ହେଲା ଯାହାକୁ ଦେଖି ଲୋକେ ଚକିତ ହୋଇଗଲେ | ମୁମ୍ବାଇ ପେଡର ରୋଡରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଧରିଦେଲେ | ସ୍ୱାମୀକୁ ଗାଲଫ୍ରେଣ୍ଡ ସହ ଦେଖି ପତ୍ନୀ ବିଚ ରାସ୍ତାରେ ହଙ୍ଗାମା କରିଥିଲେ ଯାହାଫଳରେ ପିର ରାସ୍ତା ଯାମ ହୋଇଯାଇଥିଲା | ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ମହିଳା ଉତ୍ୟକ୍ତ ହୋଇ କାର ଉପରେ ଚଢି ଯାଇଥିଲେ | ପରେ ଜଣାପଡିଥିଲା କାର ତାଙ୍କ ସ୍ୱାମୀଙ୍କର ଏବଂ କାର ଭିତରେ ତାଙ୍କ ସ୍ୱାମୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଥିଲେ | ମହିଳା ନିଜ ସ୍ୱାମୀକୁ ପ୍ରେମିକା ସହ ଦେଖିବା ପରେ ବିଚ ରାସ୍ତାରେ ତାଙ୍କୁ ନାନା ଗାଳିଗୁଲଜ କରିଥିଲେ | AIMIM ନେତା ବାରିସ ପଠାନ ଏହି ଭିଡିଓକୁ ସେୟାର କରିଛନ୍ତି |

ନବଭାରତ ଟାଇମ୍ସ ଖବର ଅନୁସାରେ, ମାମଲା ଶନିବାରର ବୋଲି ଜଣାପଡିଛି | ଶନିବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ମହିଳାଙ୍କ ସ୍ୱାମୀ ନିଜର କଳା ଏସୟୁଭି କାରରେ ପ୍ରେମିକାକୁ ଧରି ବୁଲୁଥିଲା | ଏତିକିବେଳେ ପତ୍ନୀ ତାଙ୍କୁ ପ୍ରମାଣ ସହିତ ଧରିଥିଲେ | ମହିଳା ସେମାନଙ୍କୁ ଦେଖି ରାସ୍ତା ମଝିରେ ଚିଲ୍ଲାଇ ଥଲେ ଓ କାର ଉପରେ ଚଢି ଯାଇଥିଲେ | ମାମଲା ବଢୁଥିବାର ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମାମଲାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା |

ଭିଡିଓରେ ଆପଣ ଦେଖିପାରିବେ ଯେ, ପ୍ରଥମେ ମହିଳା ନିଜ ସ୍ୱାମୀଙ୍କ ପାଖକୁ ଯାଇ ତାଙ୍କ ଚୁଟି ଝିଙ୍କିବାକୁ ଲାଗିଥିଲେ | କିନ୍ତୁ ସେ କାରରୁ ବାହାରକୁ ନ ବାହାରିବାରୁ ମହିଳା କାର ବନେଟ ଉପରେ ଚଢି ଯାଇଥିଲେ ଏବଂ ଚପଲ ଖୋଲି ୱିଣ୍ଡସ୍କ୍ରିନରେ ମାରିଥିଲେ | ଏସବୁ ଦେଖିବା ପରେ ତାଙ୍କ ସ୍ୱାମୀ କାରରେ ବାହାରି ଯାଇଥିଲେ | ମହିଳା ତାଙ୍କ ସାର୍ଟର କଲରକୁ ଧରି ତାଙ୍କୁ ଲାତ ମାରିଥିଲେ | କିଛି ସମୟ ଯାଏଁ ପେଡର ରୋଡ଼ରେ ଏହି ହଙ୍ଗାମା ଚାଲିଲା | 

   Related Posts