Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସ୍ବାମୀଙ୍କ ମୁହଁକୁ ଫୁଙ୍କି ଫୁଙ୍କି ଅକ୍ସିଜେନ୍‌ ଯୋଗାଉଥିଲେ ସ୍ତ୍ରୀ, ହେଲେ ସବୁ ଚେଷ୍ଟା ହେଲା ବିଫଳ

25/04/2021 at 4:23 PM

ଲକ୍ଷ୍ନୌ ୨୫/୪: ମଣିଷ ସମାଜକୁ ନାକେଦମ କଲାଣି କରୋନା ସଂକ୍ରମଣ। ଚାରିଆଡ଼େ ହାହା କାର। କିଏ ଚିକିତ୍ସା ପାଇଁ ଚିତ୍କାର କରୁଛି ତ ଆଉ କିଏ ଅମ୍ଳଯାନ ପାଇବାକୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ଦୌଡ଼ୁଛି। ନିଜର ଲୋକକୁ ବଞ୍ଚାଇବାକୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ଉତ୍ତରପ୍ରଦେଶର ଆଗ୍ରାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହୃଦୟବିଦାରକ ମଧ୍ୟ। ନିଜ କୋଭିଡ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ମୁହଁରେ ଲଗାତର ଫୁଙ୍କି ଚାଲିଥଲେ ପତ୍ନୀ।

ସ୍ବାମୀଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା। ସେପଟେ ୩-୪ ହସ୍ପିଟାଲ ବୁଲିଥିଲେ ବି ବେଡ୍‌ ମିଳିନଥିଲା। ଅଟୋରେ ସ୍ବାମୀଙ୍କୁ ନିଜ କୂଳରେ ଶୋଆଇ ସ୍ତ୍ରୀ ତାଙ୍କ ପାଟିରେ ଅମ୍ଳାଯାନ ଦେବାକୁ ଚେଷ୍ଟା କରିଚାଲିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ସେ ତାଙ୍କ ସ୍ବାମୀଙ୍କୁ ବଞ୍ଚାଇପାରିନାହାନ୍ତି। ଆଗ୍ରା ଜିଲ୍ଲାର ଆବାସ ବିକାଶ ସେକ୍ଟର ୭ରେ ରହୁଥିବା ବ୍ୟକ୍ତିଙ୍କୁ କରୋନା ହୋଇଥିବା ବେଳେ ସେ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରୁଥିଲେ। ଶୁକ୍ରବାର ତାଙ୍କ ପତ୍ନୀ ରେଣୁ ସିଙ୍ଘଲ ଆମ୍ବୁଲାନ୍ସକୁ କଲ କରିଥିଲେ ବି ତାଙ୍କୁ ଆମ୍ବୁଲାନ୍ସ ମିଳିପାରିନଥିଲା। ବାଧ୍ୟ ହୋଇ ଅଟୋ ରିକ୍ସାରେ ସ୍ବାମୀଙ୍କୁ ନେଇ ହସ୍ପିଟାଲ ଯାଇଥିଲେ।

ସେଠାରେ ବେଡ୍‌ ନମିଳିବାରୁ ଏମିତି ୩-୪ଟି ହସ୍ପିଟାଲ ବୁଲିଥିଲେ ରେଣୁ।  ଏହି ସମୟରେ ଅକ୍ସିଜେନ୍‌ ଅଭାବ ପୂରା କରିବାକୁ ନିଜ ସ୍ବାମୀଙ୍କ ମୁହଁରେ ନିଜ ମୁହଁ ଲଗାଇ ସେ ଲଗାତାର ଫୁଙ୍କି ଚାଲିଥିଲେ । ଶେଷରେ ସେ ଏକ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ବେଳେକୁ ସ୍ବାମୀଙ୍କ ଜୀବନ ଚାଲିଯାଇଥିଲା। ୩-୪ ଘରୋଇ ହସ୍ପିଟାଲ ତାଙ୍କ ସ୍ବାମୀଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିବା ରେଣୁ କହିଛନ୍ତି। ଏନେଇ ଆଗ୍ରା ସିଡିଏମଓ କହିଛନ୍ତି ମେଡିକାଲ ଅକ୍ସିଜେନ୍‌ର ଅଭାବ ଥିବାରୁ , ଉପଲବ୍ଧତା ଅନୁସାରେ ବ୍ୟବସ୍ଥା କରାଯାଉଛି। ଶନିବାର ଆଗ୍ରାରେ ୫୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

   Related Posts