'ମୋ ଭାଇ ବହୁତ ଭଲ ଥିଲା, ତାକୁ ସେମାନେ ମାରି ଦେଇ ଆତ୍ମହତ୍ୟାର ରୂପ ଦେଉଛନ୍ତି...'

Published By : Prameya-News7 Bureau | October 10, 2020 IST

ଭଦ୍ରକ୧୦/୧୦:  ମୋ ଭାଇ ଆତ୍ମହତ୍ୟା କରି ନାହିଁ। ତାଙ୍କୁ ହତ୍ୟା କରାଯାଇଛି। ମୋ ଭାଇ ବୋହୂ ଏବଂ ତାଙ୍କ ପରିବାର ଲୋକେ ମିଶି ତାଙ୍କୁ ହତ୍ୟା କରିଛନ୍ତି। ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ଦୁଇ ଭାଇ। ନ୍ୟାୟ ଆଶାରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଚାରିପଟେ ଚକର କାଟୁଛନ୍ତି ଦୁଇ ଭାଇ। ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ କନାଟିଆ ଗାଁର ଦୁଇ ଭାଇ ଅଶୋକ ମଇତି ଏବଂ ମନୋରଞ୍ଜନ ମାଇତି ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କ ଭାଇ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଦାବି କରିଛନ୍ତି ୨ ଦୁଇ ଭାଇ। ଆମ ଭାଇ ବହୁତ ଭଲ ଲୋକ, ତାଙ୍କୁ ହତ୍ୟା କରାଯାଇଥିବା ଦୁଇ ଭାଇ ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି, ସବୁ ନାଟର ଗୋବର୍ଦ୍ଧନ ତାଙ୍କ ସ୍ତ୍ରୀ।

ସୂଚନାଥାଉକି, କେଶବ ମଇତି ତାଙ୍କ ଶ୍ବଶୁର ଘର  ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗାରେ ରହୁଥିଲେ। ପୂର୍ବରୁ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ତିକ୍ତତା ଥିଲା। ସେପ୍ଟେମ୍ବର ମାସ ୧୬ରୁ କେଶବ ନିଖୋଜ ଥିଲେ। ଦୁଇ ଦିନ ପରେ ଗାଁ ନିକଟ ଏକ ବିଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରୁ ଏକ ବିଷ ବୋତଲ ମଧ୍ୟ ଜବତ କରିଥିଲା ଗ୍ରାମାଞ୍ଚଳ ପୋଲିସ।

ଏହା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରି ବିଲ୍‌ରେ ପିଙ୍ଗି ଦେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର ଲୋକେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ହତ୍ୟା ମାମଲା ରୁଜୁ ହୋଇଛି। କିନ୍ତୁ ଏବେ ପରିବାର ଲୋକଙ୍କ ଅଭିଯୋଗରେ ହତ୍ୟାକାରୀଙ୍କୁ କଣ ପାଇଁ ଗିରଫ କରାଯାଉନାହିଁ  ବୋଲି ଦୁଇ ଭାଇ ପ୍ରଶ୍ନ କରିଛନ୍ତି। ଗ୍ରାମାଞ୍ଚଳ ଥାନାଧିକାରୀ କହିଛନ୍ତି ଯେ, ମାମଲା ରୁଜୁ ହୋଇଛି , ତଦନ୍ତ ଚାଲିଛି । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.