Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ସ୍ବାମୀଙ୍କ ଶବର ସତ୍କାର ପାଇଁ ଭିକ ମାଗିଲେ ସ୍ତ୍ରୀ : ଚୂଲିକୁ ଗଲା ହରିଶ୍ଚନ୍ଦ୍ର ଯୋଜନା

13/11/2018 at 7:17 PM

ପଟ୍ଟାମୁଣ୍ଡାଇ ୧୩|୧୧: ସ୍ବାମୀଙ୍କ ଶବର ସତ୍କାର ପାଇଁ ଭିକ ମାଗିଲେ ସ୍ତ୍ରୀ । ଅର୍ଥାଭାବରୁ ମେଡିକାଲରେ ୨୪ ଘଣ୍ଟା ପଡ଼ି ରହିଲା ମୃତଦେହ । ପୁଣି ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ିର ଡ୍ରାଇଭର୍ ଟଙ୍କା ଦାବି କଲେ । ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ପରେ ଯୋଜନା ଖଞ୍ଜି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାଲି ରାତିରୁ ଆଜି ଯାଏଁ ପଡ଼ି ରହିଲା ମୃତଦେହ । ଯାହା ପୂରା ବ୍ୟବସ୍ଥା ପ୍ରତି ଉପହାସ କହିଲେ ଅତ୍ୟୁକ୍ତି ହେବନି ।

ଡାକ୍ତରଖାନା ଭିତରେ ସ୍ବାମୀଙ୍କ ମୃତଦେହ । ଆଉ ବାହାରେ ବସି ଭିକ ମାଗୁଛନ୍ତି ସ୍ତ୍ରୀ । ପଇସା ନଥିବାରୁ ପାଖାପାଖି ୨୪ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ । ପଟ୍ଟାମୁପଣ୍ଡାଇ ଅଞ୍ଚଳରେ ମୂଲଲାଗି ଚଳୁଥିବା କେନ୍ଦୁଝର ଜିଲ୍ଲାର ଜାଗରାଇ ମୁଣ୍ଡା,  କିଛିଦିନ ହେଲା ଜରରେ ପଡ଼ିଥିଲେ । ଗତରାତିରେ ସ୍ତ୍ରୀ ମିନତୀ, ତାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ପଇସା ନଥିବାରୁ ମେଡିକାଲରେ ମୃତଦେହ ପଡ଼ି ରହିଥିବା ବେଳେ ସ୍ବାମୀଙ୍କ ଶବ ଶତ୍କାର ପାଇଁ ଭିକ ମାଗୁଛନ୍ତି ସ୍ତ୍ରୀ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଗରିବ ଅସହାୟଙ୍କ ପାଇଁ ସରକାରଙ୍କର ହରିଶ୍ଚନ୍ଦ୍ର ଯୋଜନା ରହିଛି । କିନ୍ତୁ କାହିଁକି କେଉଁ ପରିସ୍ଥିତିରେ ଜାଗରାଇଙ୍କ ପାଇଁ ତାହା କାର୍ଯ୍ୟକାରୀ ହେଉନି ବୁଝାପଡୁନି । ଇନକ୍ବେଷ୍ଟ ଏବଂ ପୋଷ୍ଟମର୍ଟମର କଥା କହି ମେଡିକାଲ୍ କର୍ତ୍ତୃପକ୍ଷ, ପ୍ରସଙ୍ଗକୁ ଟାଳି ଦେଉଥିବା ବେଳେ ମହାପ୍ରୟାଣ ଗାଡ଼ି ପାଇଁ ଡ୍ରାଇଭର୍ ୩ ଶହ ଟଙ୍କା ଦାବି କରିଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ହୋଇଛି  ।

ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ପରେ ଯୋଜନା ଖଞ୍ଜି ଦେଇଛନ୍ତି ରାଜ୍ୟ ସରକାର । ହେଲେ ପଟ୍ଟାମୁଣ୍ଡାଇରେ ସ୍ବାମୀ ଶବର ସତ୍କାର ପାଇଁ ସ୍ତ୍ରୀ ଭିକ ମାଗିବା, ପୂରା ବ୍ୟବସ୍ଥାକୁ ଉପହାସ କରୁଛି । ପଟ୍ଟାମୁଣ୍ଡାଇରୁ ସରୋଜ ରଥ, ନ୍ୟୁଜ୍ ସେଭେନ୍ ।

   Related Posts