ଅଧିକ ଖର୍ଚ୍ଚ ନକରିବା ପାଇଁ ସ୍ତ୍ରୀଙ୍କୁ ଗାଳି କରିବା ପଡ଼ିଲା ମହଙ୍ଗା : ଓଲଟା ଗୋଡ଼ାଇ ଗୋଡ଼ାଇ ଓ୍ବାଇପର୍ରେ ପିଟିଲେ ପତ୍ନୀ
16/09/2020 at 4:51 PM

ନୂଆଦିଲ୍ଲୀ ୧୬/୯: ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ନିଜ ସ୍ତ୍ରୀଙ୍କୁ ଅଧିକ ଖର୍ଚ୍ଚ ପାଇଁ ଗାଳି କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ତ୍ରୀ ଓ୍ବାଇପରରେ ପିଟି ପିଟି ନିଜ ସ୍ବାମୀଙ୍କୁ ଦରମରା କରି ଦେଇଛନ୍ତି। ପୀଡ଼ିତ ବ୍ୟକ୍ତି ଯେକୌଣସି ମତେ ଘରୁ ପଳାଇ ଯାଇ ନିଜ ଜୀବନ ବଞ୍ଚାଇଥିଲେ।
ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଘରେ ସ୍ତ୍ରୀଙ୍କୁ ଅଧିକ ଖର୍ଚ୍ଚ କରୁଥିବାରୁ ଗାଳି ଦେଇଥିଲେ ଏବଂ ଖର୍ଚ୍ଚ କମ୍ କରିବାକୁ ଚେତାବନୀ ଦେଇଥିଲେ। ସ୍ତ୍ରୀ ଏହା ଶୁଣି ରାଗି ପାଚି ଲାଲ ହୋଇଯାଇଥିଲେ। ଏହା ପରେ ସ୍ତ୍ରୀ ଓ୍ବାଇପରରେ ସ୍ବାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
ସ୍ବାମୀଙ୍କ ଅବସ୍ଥାକୁ ଦେଖି ପଡ଼ୋଶୀ ପୋଲିସକୁ ଏବିଷୟରେ ଖବର ଦେଇଥିଲେ। ଏହା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେହି ବ୍ୟକ୍ତିଙ୍କୁ ଲାଲ ବାହାଦୁର ହସ୍ପିଟାଲରୁ ଛଡ଼ା ଯାଇଥିଲା।
ପୋଲିସ୍ ଏହି ମାମଲାରେ ସ୍ବାମୀଙ୍କ ବୟାନରେ ତାଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ମାଡ଼ପିଟ ମାମଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ କରୁଛି। ପୋଲିସର କହିବା ଅନୁସାରେ ପୀଡ଼ିତ ନିଜ ସ୍ତ୍ରୀ ସହ ତ୍ରିଲୋକପୁରୀରେ ରୁହନ୍ତି ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି।
ବ୍ୟକ୍ତିଙ୍କ ନିଜର ବ୍ୟବସାୟ ଥିଲା ଯାହା ଲକଡାଉନ୍ ଯୋଗୁଁ ବରବାଦ ହୋଇଯାଇଥିଲା। ଆର୍ଥିକ ସମସ୍ୟା ଯୋଗୁଁ ସ୍ବାମୀ-ସ୍ତ୍ରୀ ସବୁବେଳେ ଝଗଡ଼ା କରୁଥିଲେ।
ପୀଡ଼ିତଙ୍କ ସ୍ତ୍ରୀ ତାଙ୍କୁ ଟଙ୍କା ମାଗିବାରୁ ସେ ଟଙ୍କା ନଥିବା ଏବଂ ସାଙ୍ଗଙ୍କଠୁ କରଜ କରି ଆଣିବା କଥା କହିଥିଲେ। ଏଥିରେ ସ୍ତ୍ରୀ ରାଗି ଯାଇ କବାଟ ବନ୍ଦ କରି ତାଙ୍କୁ ପିଟିବାକୁ ଲାଗିଥିଲା।