ସ୍ତ୍ରୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ପ୍ରତିବାଦ କରିବାରୁ ସ୍ବାମୀଙ୍କୁ କାତିରେ ଆକ୍ରମଣ

Published By : Prameya-News7 Bureau | December 17, 2019 IST

କେନ୍ଦୁଝର ୧୭।୧୨- ସ୍ବାମୀଙ୍କ  ସମ୍ମୁଖରେ  ସ୍ତ୍ରୀକୁ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ ପ୍ରତିବାଦ କରିବାରୁ ସ୍ବାମୀଙ୍କୁ   କାତିରେ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ । ଏଭଳି କାଣ୍ଡ ଦେଖିବାକୁ ମିଳିଛି  କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଗୁହାଳିଆ ଗାଁରେ ।  ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର  ଭାଗବତ ଦାସକୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ପୋଲିସ  ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନି । ଭାଗବତଙ୍କ  ସ୍ତ୍ରୀ ମାଳତୀ ଆଜି ତାଳସାରି ଫେରୁଥିବା ସମୟରେ ପଡିଶା ଘରର ୨  ଯୁବକ  ମୁନା ଓ ମିଥୁନ ମାଳତୀ ଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ  । ଯାହାକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଭାଗବତଙ୍କୁ   ମୁନ୍ନା ଏକ କାତିରେ ହାଣିଦେଇଥିବା  ଅଭିଯୋଗ କରିଛନ୍ତି ସ୍ତ୍ରୀ ମାଳତୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.