କଳିଯୁଗର ସାବିତ୍ରୀ : ସ୍ବାମୀଙ୍କ ମୁଣ୍ଡକୁ ଇଟାରେ ଛେଚିଦେଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 10, 2021 IST

ବଡବିଲ ୧୦।୬: ସାବିତ୍ରୀ ବ୍ରତ ଦିନରେ ଅଘଟଣ । ସ୍ତ୍ରୀର ଆକ୍ରମଣରେ ସ୍ବାମୀ ଗୁରୁତର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଝାଡଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଝାଡଗାଁର ମୋଟୁ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । କୌଣସି କାରଣକୁ ନେଇ ସ୍ତ୍ରୀ ଦ୍ରୌପଦୀ, ସ୍ବାମୀ ମୋଟୁଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିବା ସୂଚନା ମିଳିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମୋଟୁଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.