ଦାଦନ ଖଟିବାକୁ ଯିବାକୁ କହିଲା ସ୍ବାମୀ, ରଶି ଲଗାଇ ଆତ୍ମହତ୍ୟା କଲା ସ୍ତ୍ରୀ

Published By : Prameya-News7 Bureau | November 30, 2021 IST

ପୁରୁଷୋତ୍ତମପୁର ୩୦।୧୧: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ଗୋପାଳ ପାତ୍ର ୪ ବର୍ଷ ତଳେ ବାଣନଇ ଗ୍ରାମର ବୁଢା ବିଶୋଇଙ୍କ ଝିଅ ରଶ୍ମିତା ପାତ୍ରଙ୍କୁ ବିବାହ କରିଥିଲେ । ଗୋପାଳ ଦାଦାନ ଖଟିବାକୁ ଗଲେ ପରିବାର ଚଳେ । ଗୋପାଳ ମୁମ୍ବାଇରେ କାମ କରି ଗାଁକୁ ଫେରି ପରିବାର ଲୋକଙ୍କ ସହ ହସ ଖୁସିରେ ଜୀବନ ବିତାଉଥିଲେ । କିନ୍ତୁ ସ୍ବାମୀ ଗୋପାଳ ପୁଣି ଦାଦନ ଖଟିବା ପାଇଁ ଯିବାକୁ କହିବାରୁ ସ୍ତ୍ରୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଶାଶୁ ବିଲକୁ ଯାଇ ଘରକୁ ଫେରିବା ବେଳକୁ ବୋହୂ ରଶି ଲଗାଇ ଝୁଲୁଥିବା ବେଳେ ସଙ୍ଗେ ସଙ୍ଗେ ପୋଲସରା ମେଡିକାଲରେ ତାକୁ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରଶ୍ମିତାଙ୍କ ୩ବର୍ଷର ଝିଅଟିଏ ଥିବା ଶାଶୁ କହିଛନ୍ତି । ଗ୍ରାମରେ ଶୋକର ଛାୟା ଖେଳାଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.