ସ୍ତ୍ରୀର ବଦଖର୍ଚ୍ଚରେ ହତାଶ ହୋଇ ସ୍ବାମୀ କଲା ଆତ୍ମହତ୍ୟା : ସ୍ତ୍ରୀ ଗିରଫ

Published By : Prameya-News7 Bureau | December 06, 2018 IST

ପୁଣେ ୬/୧୨: ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ବଡ଼ଠାରେ ଜଣେ ଯୁବକ ସ୍ତ୍ରୀର ଅତ୍ୟଧିକ ଦାବିରେ ନିରାଶ ହୋଇ ଆତ୍ମହତ୍ୟା କରିଛି। ଯୁବକଙ୍କ ପରିବାର ଲୋକେ ଏହି ତଥ୍ୟ ପୋଲିସକୁ ଦେବାପରେ ଚିଖଲି ପୋଲିସ୍ ସ୍ତ୍ରୀକୁ ଗିରଫ କରିଛି। ପୋଲିସ୍ ପିପରୀ ଚିଞ୍ଚଓ୍ବଡ଼ରେ ରହୁଥିବା ଜୟ ତେଲଓ୍ବାନୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ତୃପ୍ତି ତେଲଓ୍ବାନୀଙ୍କୁ ଗିରଫ କରିଛି। ଜୟ ତେଲଓ୍ବାନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଲା ବିଳାସ ବ୍ୟସନ ଜୀବନ ପାଇଁ ଟଙ୍କା ଖର୍ଚ୍ଚ କରିବା ତୃପ୍ତିଙ୍କ ଅଭ୍ୟାସରେ ପ଼ଡିଯାଇଥିଲା । ସ୍ତ୍ରୀକୁ ଖୁସୀ ରଖିବା ପାଇଁ ଜୟଙ୍କୁ ଧାର , କରଜ କରିବାକୁ ପଡ଼ିଥିଲା। ଜୟ ଯେତେବେଳେ ପଇସା ଦେଇପାରୁନଥିଲେ ସେତେବେଳେ ତୃପ୍ତି ତାଙ୍କୁ ଖରାପ ଭାଷାରେ ଗାଲିଗୁଲଜ କରନ୍ତି ଆଉ କେବେ କେବେ ମାଡ ମଧ୍ୟ ମାରୁଥିଲେ। ତାସହିତ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ। କିଛି ଦିନ ତଳେ ଜୟଙ୍କ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ତୃପ୍ତି। ଯାହା ଜୟଙ୍କ କଣ୍ଠ ନ ହୋଇ ଆଉ ଜଣଙ୍କର କଣ୍ଠ ଥିଲା। ଏହି ଭିଡିଓ ସେ ଜୟଙ୍କ ବନ୍ଧୁଙ୍କୁ ଦେଖାଉଥିଲେ ଏବଂ କହୁଥିଲେ ଯେ ଜୟଙ୍କୁ କ୍ୟାନସର ହୋଇଛି। ଜୟଙ୍କ ମାଆଙ୍କ କହିବାନୁସାରେ ଜୟ ଏବଂ ତୃପ୍ତିଙ୍କ ବାହାଘରର ୪ବର୍ଷ ହୋଇଯାଇଥିଲା। କିନ୍ତୁ  ୨୦୧୮ମସିହା ମାର୍ଚ୍ଚରୁ ତୃପ୍ତି ଜୟଙ୍କୁ ଟଙ୍କା ପାଇଁ ହଇରାଣ କରିବା ଆରମ୍ଭ କରିଦେଇଥିଲେ। ତୃପ୍ତିଙ୍କ ଏପରି ବ୍ୟବହାର ପାଇଁ ଜୟ ସବୁବେଳେ ଚିନ୍ତାରେ ରହୁଥିଲେ। ଏହି ଚିନ୍ତା ହିଁ ଶେଷରେ ତାଙ୍କ ଜୀବନ ନେଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.