Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କୋର୍ଟ ପାଖରୁ ଛୁରୀ ଦେଖାଇ ଅପହରଣ ଉଦ୍ୟମ… ଉଦ୍ଧାର କରିବାକୁ ଆସି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ

5/02/2020 at 1:44 PM

ପାଟନା ୫।୨: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ମହିଳା ଏବଂ ତାଙ୍କ ସହଯୋଗୀଙ୍କ ସହ ଜଣେ ଯୁବକଙ୍କୁ ଛୁରୀ ଦେଖାଇ ଜବରଦସ୍ତି ଉଠାଇନେବା ପାଇଁ ଉଦ୍ୟମ କରୁଥିଲେ । ଆଉ ଯୁବକ ଜଣକ, ମୋତେ ରକ୍ଷା କର… ରକ୍ଷା କର… ଚିତ୍କାର କରୁଥିଲେ । କିଛି ଦେଖଣାହାରୀ ଅପହୃତକୁ ବଞ୍ଚାଇବାକୁ ଆସି ଯାହା ଜାଣିଲେ ସେଥିରେ ହୋଇଗଲେ ତାଜୁବ । ଅପହରଣକାରୀ ମହିଳା ଏବଂ ତାଙ୍କ ସହଯୋଗୀଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟଲୋକ ଯେତେବେଳେ ଉଭୟପକ୍ଷଙ୍କ ସଂପର୍କ ଜାଣିଲେ ସେତେବେଳେ ଅଟକିଗଲେ । କାରଣ ସଂପୃକ୍ତ ଯୁବକ ଏବଂ ମହିଳା ସଂପର୍କରେ ସ୍ବାମୀ-ସ୍ତ୍ରୀ ଥିଲେ । ଘଟଣାଟି ବିହାରର ଦରଭଙ୍ଗା ଜିଲ୍ଲାରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଦରଭଙ୍ଗାରେ ଦିନ ଦ୍ବିପ୍ରହରରେ ଫିଲ୍ମି ଅନ୍ଦାଜରେ ଅପହରଣ କରୁଥିବା ଦେଖିବାକୁ ମିଳିଥିଲା । ଘଟଣାଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଛି । ଜଣେ ମହିଳା କିଛି ଲୋକଙ୍କ ସହ ମିଶି ଜଣେ ବ୍ୟକ୍ତିଙ୍କୁ ଏକ୍ସୟୁଭି ଗାଡିରେ ଜୋରଜବରଦସ୍ତ ଉଠାଇନେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ ।  ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ଲୋକମାନେ ମହିଳାଙ୍କ ସହ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ମହିଳା ଜଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ସ୍ବାମୀ ବୋଲି ପରିଚୟ ଦେଇଥିଲେ । ମାତ୍ର ତାପରେ ବି ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଶାନ୍ତ ହୋଇନଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଯାଇଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ଘଟଣାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ମହିଳା ଜଣଙ୍କ ତାଙ୍କ ହାତରୁ ମୋବାଇଲ ଛଡାଇନେବା ପାଇଁ ଚେଷ୍ଟା କରୁଥିଲେ । ଭିଡିଓ ନକରିବାକୁ ସାମ୍ବାଦିକ ଜଣଙ୍କୁ ଅନୁରୋଧ କରିଥିଲେ ।

ମହିଳା ଜଣଙ୍କ ଦରଭଙ୍ଗା ଜିଲ୍ଲାର ଦୋନାର ମହଲାରେ ରହୁଥିଲେ । ତାଙ୍କ ସ୍ବାମୀ ମହେଶ କୁମାର ସମସ୍ତିପୁର ଜିଲ୍ଲାର ଶ୍ରୀପୁରରେ ରହୁଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗିରହିଥିଲା । ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ମଧ୍ୟ ନଥିଲା । ଦୁଇ ବର୍ଷ ହେବ ଦୁହେଁ ଅଲଗା ରହୁଥିଲେ ।

ମହେଶ କୁମାର କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଏବଂ ଅନ୍ୟମାନେ ମିଶି ତାଙ୍କ ସମ୍ପତ୍ତି ହଡପ କରିବା ପାଇଁ ତାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ । ମହେଶ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପୂର୍ବରୁ ତାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ । ସେଥିପାଇଁ ଉଭୟ କୋର୍ଟକୁ ଯାଉଥିଲେ । କୋର୍ଟରୁ ବାହାରିବା ବେଳେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ସହଯୋଗୀ ମିଶି ଛୁରୀ ଦେଖାଇ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ ।

   Related Posts