Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଓଃ କି ନୃଶଂସ ! ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଟୁକୁଡା ଟୁକୁଡା କରି କାଟି ନିଆଁ ଲଗାଇ ଘର ଅଗଣାରେ ପୋଡି ପୋତିଦେଲା

17/06/2019 at 12:04 PM

ଇଟାଵା ୧୭/୬ :  ପତ୍ନୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି । ହତ୍ୟା ପରେ ଶବକୁ ଟୁକୁଡା ଟୁକୁଡା କରି କାଟି ଘର ଅଗଣାରେ ପୋଡି ଦେଇଥିଲା । ଏହାପରେ ଶବ ଉପରେ ମାଟି ପକାଇ ପୋତି ଦେଇଥିଲା । ପୋଲିସ ଅଭିଯୁକ୍ତ ପତ୍ନୀ, ପ୍ରେମିକ ଏବଂ ତାର ଜଣେ ସହଯୋଗୀ ବନ୍ଧୁକୁ ଗିରଫ କରିଛି । ଘଟଣା ଉତ୍ତର ପ୍ରଦେଶର ଇଟାବା ଜିଲ୍ଲାରେ ଘଟିଛି ।

ଇଟାବା ଜିଲ୍ଲାର ମାଖନପୁର ଗାଁରେ ରହୁଥିବା ସୁନୀଲ ଗତ ମେ ୩୦ ତାରିଖରୁ ନିଖୋଜ ଥିଲେ । ସୁନୀଲ ଜଣେ ଶିକ୍ଷକ ଥିଲେ । ସେ ନିଖୋଜ ହେବାପରେ ତାଙ୍କ ଘରଲୋକ ଚିନ୍ତିତ ହୋଇପଡିଥିଲେ । ଜୁନ ୮ ତାରିଖରେ ସୁନୀଲଙ୍କ ଘରଲୋକ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଚାଲିଥିବା ସମୟରେ ଅଭିଯୁକ୍ତମାନେ ମାମଲାକୁ ଦବେଇବାକୁ ଚେଷ୍ଟା କରିବା ସହ ପୋଲିସକୁ ପଥଭ୍ରଷ୍ଟ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସୁନୀଲଙ୍କ ପତ୍ନୀ ଉପରେ ସନ୍ଦେହ କରିଥିଲା । ପୋଲିସ ସୁନୀଲଙ୍କ ପତ୍ନୀ ରେଖାକୁ ଥାନାକୁ ଡାକି ପଚରାଉଚୁରା କରିଥିଲା । ପୋଲିସର ଚାପରେ ରେଖା ସମସ୍ତ ଘଟଣା କହିଥିଲା ଏବଂ ନିଜ ଦୋଷ ସ୍ୱୀକାର କରିଥିଲା । ରେଖା କଥା ଶୁଣି ସୁନୀଲଙ୍କ ଘରଲୋକଙ୍କ ହୋସ ଉଡ଼ିଗଲା ।

ରେଖାକୁ ସୁନୀଲଙ୍କ ଜଣେ ଶିକ୍ଷକ ବନ୍ଧୁ ସୁଖବିରଙ୍କ ସହ ପ୍ରେମ ହୋଇଯାଇଥିଲା । ଧୀରେ ଧୀରେ ଉଭୟ ସମ୍ପର୍କ ନିବିଡ ହେବାକୁ ଲାଗିଲା । ଉଭୟ ପରସ୍ପରକୁ ବିବାହ କରିବାକୁ ପ୍ରତିଶୃତି ନେଲେ । ଶୁଣିଲେ ଏମାନଙ୍କ ପ୍ରେମ ସମ୍ପର୍କ ଜାଣିବାକୁ ପାଇଥିଲେ । ଏନେଇ ସୁନୀଲ ଓ ରେଖା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରେଖା ଓ ସୁଖବିର ସୁନୀଲଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କଲେ ।

ଅଭିଯୁକ୍ତ ସୁଖବିର ନିଜର ଜଣେ ବନ୍ଧୁ ସହ ମିଶି ହତ୍ୟା ଯୋଜନା କଲା । ଯୋଜନା ଅନୁଯାୟୀ, ସୁଖବିର ସୁନୀଲଙ୍କୁ ଏମିତି ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲା । ଘର ଭିତରେ ଉଭୟ ଏକ ଖଟରେ ଗାଡି କଥାବାର୍ତ୍ତା ହେଉଥିବାବେଳେ ସୁଖବିରର ବନ୍ଧୁ ଆସି ସୁନୀଲଙ୍କୁ ମୁଣ୍ଡରେ ଶକ୍ତ ପ୍ରହାର ଦେଇଥିଲା । ବାରମ୍ବାର ପ୍ରହାର କରିବା ପରେ ସୁନୀଲଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଶବକୁ ପୋତିବା ପାଇଁ ସେହି ଘର ଅଗଣାରେ ୪ ଫୁଟ ଗାତ ଖୋଳାଗଲା । ଏହାପରେ ଶବକୁ ଟୁକୁଡା ଟୁକୁଡା କରି କାଟି କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ତାଉପରେ ମାଟି ପକାଇ ପୋତି ଦେଇଥିଲେ । ଏହାପରେ ସୁନୀଲଙ୍କ କାରକୁ କାନପୁର ରେଳ ଷ୍ଟେସନ ନିକଟରେ ଛାଡି ଫେରାର ହୋଇଯାଇଥିଲେ । 

ଏସଏସପି ସନ୍ତୋଷ କୁମାର ପୁରା ଘଟଣାର ଖୁଲାସା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କରିଛନ୍ତି । ପୋଲିସ ଏକ କୁରାଢ଼ୀ ଏବଂ ମୋବାଇଲ ଜବତ କରିଛି ।

   Related Posts