Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ନିଖୋଜ ସ୍ତ୍ରୀକୁ ଖୋଜି ଖୋଜି ଯାଇଥିଲେ ସାଙ୍ଗଙ୍କ ଘରକୁ : ଫ୍ଲାଟରେ ପଡ଼ିଥିଲା ଉଭୟଙ୍କ ଗଳିତ ମୃତଦେହ

21/11/2020 at 10:16 AM

ମୁମ୍ବାଇ ୨୧/୧୧: ଜଣେ ବ୍ୟକ୍ତିଙ୍କ ପତ୍ନୀ ନିଖୋଜ ହୋଇଯିବାରୁ ତାଙ୍କୁ ଖୋଜିବା ପାଇଁ ସେ ନିଜ ସହ କାମ କରୁଥିବା ଜଣେ ଖାସ୍ ବନ୍ଧୁଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇନଥିଲେ। ୨ଦିନ ପରେ ସେ ସେହି ବନ୍ଧୁଙ୍କ ଫ୍ଲାଟକୁ ଯିବାରୁ କବାଟ ଖୋଲା ଥିଲା। ସେ ଭିରକୁ ଯିବାରୁ ତାଙ୍କ ପତ୍ନୀ ଏବଂ ବନ୍ଧୁ ୨ଜଣଙ୍କ ଶବ ଗଳିତ ଅବସ୍ଥାରେ ପଡ଼ିଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ।

ଥାଣେ ଜିଲ୍ଲାରେ ଅମ୍ବରନାଥର ଏକ ଫ୍ଲାଟ୍ ଭିତରୁ ଗୁରୁବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଏବଂ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଉଭୟଙ୍କ ଶରୀର ପଚି ଆସିଥିଲା। ମହିଳାଙ୍କ ନାଁ ଜୟନ୍ତୀ ଶାହ(୩୬) ବୋଲି ଜଣା ପଡ଼ିଥିଲା। ସେ ନଭେମ୍ବର ୧୭ତାରିଖରୁ ନିଖୋଜ ହୋଇ ଯାଇଥିଲେ ଏବଂ ତାଙ୍କ ସ୍ବାମୀ ଅଜିତ ଶିବାଜୀ ନଗର ପୋଲିସ୍ ଷ୍ଟେସନରେ ନିଖୋଜ ମାମଲା ରୁଜୁ କରିଥିଲେ। ଅନ୍ୟ ମୃତଦେହଟି ତାଙ୍କ ସହ କାମ କରୁଥିବା ୩୯ବର୍ଷ ବୟସ୍କ ସନ୍ଦୀପ ସକ୍ସେନାଙ୍କ ଥିଲା ଯିଏ ଅମ୍ବରନାଥର ପ୍ରସାଦମ୍ ରେସିଡେନ୍ସିରେ ରହୁଥିଲେ।

ସନ୍ଦୀପ ନିଜ ବେକକୁ କାଟିବା ପାଇଁ ଷ୍ଟୋନ୍ ଗ୍ରାଇଣ୍ଡର କଟରର ବ୍ୟବହାର କରିଥିଲେ। ଏପରି ଲାଗୁଥିଲା ଯେ ସନ୍ଦୀପ ପ୍ରଥମେ ଜୟନ୍ତୀଙ୍କ ହତ୍ୟା କରିଥିଲେ ଏବଂ ପରେ ନିଜ ବେକକୁ ମଧ୍ୟ କାଟି ଦେଇଥିଲେ।

ପୋଲିସଙ୍କ କହିବା ଅନୁସାରେ ସନ୍ଦୀପ ଏବଂ ଅଜିତ ଅମ୍ବରନାଥରେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରୁଥିଲେ। ସନ୍ଦୀପ ନିୟମିତ ଭାବେ ଅଜିତଙ୍କ ଘରକୁ ଆସୁଥିଲେ ଏବଂ ତାଙ୍କର ଅଜିତଙ୍କ ପତ୍ନୀ ଜୟନ୍ତୀଙ୍କ ସହ ବନ୍ଧୁତା ହୋଇଯାଇଥିଲା। ପୋଲିସକୁ ଦେଇଥିବା ବୟାନରେ ଅଜିତ କହିଥିଲେ ଯେ ଜୟନ୍ତୀ ଏବଂ ସନ୍ଦୀପଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ସେ ଏହାର ବିରୋଧ କରିଥିଲେ।

   Related Posts