Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମେ ପତ୍ନୀ, ପୁଅ ଏବଂ ଝିଅଙ୍କୁ ଗୁଳି ମାରି ହତ୍ୟା, ପରେ ନିଜେ ଆତ୍ମହତ୍ୟା କଲେ CRPF ଜବାନ

17/05/2020 at 9:57 AM

ପ୍ରୟାଗରାଜ ୧୭।୦୫: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ସିଆରପିଏଫ୍‌ ଜବାନ ନିଜ ପତ୍ନୀ ଓ ଦୁଇ ଶିଶୁଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଏବଂ ଏହାପରେ ଜବାନ ଜଣଙ୍କ ନିଜେ ଆତ୍ମହତ୍ୟା କରିଦେଇଛନ୍ତି । ଏହି ଘଟଣା ତରଭାଇର ପାରିଲା ଗ୍ରୁପ୍ ସେଣ୍ଟରର ଘଟିଛି | କ୍ୟାମ୍ପରେ ଘଟଣା ଘଟିବା ପରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପ୍ରୟାଗରାଜ ଅଞ୍ଚଳରେ ସିଆରପିଏଫ୍‌ ଜବାନ ଜଣଙ୍କ ନିଜ ପତ୍ନୀ ଓ ଦୁଇ ଜଣ ଶିଶୁଙ୍କୁ ନେଇ ରହୁଥିଲେ । କିନ୍ତୁ ଶନିବାର ରାତିରେ କୌଣସି କାରଣରୁ ସେ ନିଜ ପତ୍ନୀ ଓ ୨ଶିଶୁଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ସିଆରପିଏଫ୍‌ ଜବାନ ବିନୋଦ , ତାଙ୍କ ପତ୍ନୀ ବିମଳା ଓ ପୁଅ ସନ୍ଦୀପ ଏବଂ ଝିଅ ସିମ୍‌ରନ୍‌ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

ସେହିପରି ପୋଲିସ  ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପଚରାଉଚରା କରୁଛି । କୌଣସି ପରିସ୍ଥିତିରେ ଏପରି ସାମୁହିକ ହତ୍ୟାକାଣ୍ଡ ଘଟିଛି ତାହାର ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ପୂର୍ବରୁ କିଛି ଦିନ ତଳେ ସାମୁହିକ ହତ୍ୟାକାଣ୍ଡ ମାମଲାରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପରିବାର ଜଣେ ପୁଅ ନିଜ ଘରଲୋକଙ୍କ ହତ୍ୟା କରିଦେଇଥିଲା । ପରେ ପୋଲିସ ଛାନ୍‌ଭିନ୍‌ କରି ଜାଣିବାକୁ ପାଇଥିଲା ଯେ ପୁଅ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ।  ୮ଲକ୍ଷ ଟଙ୍କାର ସୁପାରି ଦେଇ ପରିବାର ଲୋକଙ୍କୁ ହତ୍ୟା କରିଥିଲା ବୋଲି ସୂଚନା ରହିଛି ।

   Related Posts